ନବନିର୍ମାଣ କୃଷକ ସଙ୍ଗଠନର କାର୍ଯ୍ୟକାରିଣୀ ବୈଠକ

ଯାଜପୁର-୧୩/୧୧(ଓଡିଆ ପୁଅ/ଏ.ରାଉତ) ନବନିର୍ମାଣ କୃଷକ ସଙ୍ଗଠନର କାର୍ଯ୍ୟକାରିଣୀ ବୈଠକ ବରୁଆଁ ଦଶହରା ପଡ଼ିଆ ନିକଟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଙ୍ଗଠନର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଜିଲା ସଂଯୋଜକ ନିମାଇଁ ଚରଣ ରାୟ ସହ-ସଂଯୋଜକ ଦୁର୍ଗା ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକାରିଣୀ ବୈଠକରେ ସଙ୍ଗଠନର ବହୁ ସଦସ୍ୟ ଯୋଗଦେଇ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ । କୃଷକମାନଙ୍କ ନ୍ୟାର୍ଯ୍ୟଦାବୀ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଫସଲହାନୀ ଯୋଗୁ କୃଷକ କ୍ଷତି ସହୁଥିବାବେଳେ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ନଭେମ୍ବର ୨୩ ତାରିଖରେ ଜଗତସିଂହପୁରଠାରେ ରାଜ୍ୟସ୍ତରୀୟ ସମାବେଶ ହେବାପାଇଁ ଆଲୋଚନା ହୋଇଥିଲା । ଏହି ସମାବେଶରେ ଆନ୍ନା ହଜାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଥିଲେ । ଏହି ରାଜ୍ୟସ୍ତରୀୟ ସମାବେଶକୁ ସଫଳ କରିବାପାଇଁ ସଙ୍ଗଠନର ସମସ୍ତ ସଦସ୍ୟ ଯୋଗଦେବାପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲା କମିଟିକୁ ପ୍ରଶାନ୍ତ ବେହୁରିଆ ଓ ଅନନ୍ତ ମହାନ୍ତି ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିବାବେଳେ ବରୀ ବ୍ଲକ୍ ସଂଯୋଜକଭାବେ ମାଧବାନନ୍ଦ ଶାନ୍ତି, ଦାନଗଦୀ ବ୍ଲକ୍ ସଂଯୋଜକଭାବେ ପୂର୍ଣ୍ଣଚନ୍ଦ୍ର ଜେନା, ସୁକିନ୍ଦା ବ୍ଲକ୍ ସଂଯୋଜକଭାବେ ଅଜୟ ରାଉତ, କୋରେଇ ବ୍ଲକ୍ ସଂଯୋଜକଭାବେ ଲକ୍ଷ୍ମୀଧର ସାହୁ, ବିଞ୍ଝାରପୁର ବ୍ଲକ୍ ସଂଯୋଜକଭାବେ ସନାତନ ସାହୁ, ଯାଜପୁର ବ୍ଲକ୍ ସଂଯୋଜକଭାବେ ମନୋଜ କୁମାର ଘଡ଼ାଇ, ବଡ଼ଚଣା ବ୍ଲକ୍ ସଂଯୋଜକ ଅଶୋକ ଶନ୍ତି, ଧର୍ମଶାଳା ବ୍ଲକ୍ ବସନ୍ତ ପରିଡ଼ା, ରସୁଲପୁର ବ୍ଲକ୍ ମୁକୁନ୍ଦଦେବ ମହାନ୍ତି, ଦଶରଥପୁର ବ୍ଲକ୍ ଚୌଧୁରୀ ଜେନାଙ୍କୁ ନୂତନଭାବେ ମନୋନୀତ କରାଯାଇଥିଲା । ଏହି ବୈଠକରେ ଜିଲା ସହ-ସଂଯୋଜକ ଦୁର୍ଗାପ୍ରସାଦ ଦାସ ପ୍ରାରମ୍ଭୀକ ସୂଚନା ଓ ସଂଗ୍ରାମୀ ସଙ୍ଗୀତ ଗାନ କରିଥିଲେ । ଅନ୍ୟ ସହ-ସଂଯୋଜକ ବସନ୍ତ ନାୟକ, ଏହି ବୈଠକରେ ନୂତନ ଉପଦେଷ୍ଟାମଣ୍ଡଳୀ ସଭ୍ୟରୂପେ ଗୋପୀନାଥ ମହାପାତ୍ରଙ୍କ ନାମକୁ ଚୟନ କରିଥିଲେ । ଏହି ବୈଠକରେ ଯାଜପୁର ଜିଲା ଉପଦେଷ୍ଟାମଣ୍ଡଳୀ ସଭ୍ୟ ଶିଶିର କୁମାର ସାମଲ, ରଞ୍ଜିତ କୁମାର ସାମଲ, ନକୁଳ ରାଉତ, ଧୀରେନ୍ଦ୍ର ଜେନା, ଗଗନ ବିହାରୀ ସାମଲ, ତ୍ରିଲୋଚନ ସାମଲ, ପରୀକ୍ଷିତ ଶତପଥୀ, ନରହରି ଦାସ, ବଲ୍ଲଭ ଜେନା, ଧନେଶ୍ୱର ଜେନା, ନଗେଶ ଜେନା, ମୋହନ ଚରଣ ମହାନ୍ତି, ଜ୍ୟୋତ୍ସ୍ନାରାଣୀ ଓଝା, ପୁଷ୍ପଲତା ଭୂୟାଁ, ରୀନା ପଡ଼ିହାରୀ, ଭାଗିରଥି ସାହୁ, ଭାସ୍କର ପରିଡ଼ା, ରବିନ୍ଦ୍ର ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସଦର ଥାନାଧିକାରୀ ଆଲୋକ ରଞ୍ଜନ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *