ad
କେନ୍ଦୁଝର

ନବନିର୍ମାଣ କୃଷକ ସଂଗଠନର କାର୍ଯ୍ୟକାରିଣୀ ବୈଠକ, ୧୮ରୁ ଚାଷୀ ପଦଯାତ୍ରା

ହାଟଡ଼ିହି, ୧୪/୧ (ଓଡ଼ିଆ ପୁଅ) : ହାଟଡିହି ବ୍ଲକ ସୁନ୍ଦରାପାଳ ନିକଟରେ ନବନିର୍ମାଣ କୃଷକ ସଂଗଠନର ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହାଟଡିହି ବ୍ଲକର ୩୧ଟି ପଞ୍ଚାୟତରୁ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ରାଉତ, ଜିଲ୍ଲା ପ୍ରଭାରୀ ସଂଗ୍ରାମ କିଶୋର, ଚତୁର୍ଭୁଜ ଜେନା, ଭକ୍ତନାଥ ଜେନା, ଘନଶ୍ୟାମ ମଲ୍ଲିକ, ନବକିଶୋର ନାଥ, ସୁକାନ୍ତି ପାତ୍ର, ଦୁର୍ଯେ୍ୟାଧନ ପାତ୍ର, ମାଗୁଣି ଚରଣ ପାତ୍ର, ଦାମୋଦର ପାତ୍ର, ରବିନ୍ଦ୍ର ଘଡେଇ, ମଣିଭଦ୍ର ପଳତା, ଅଭିରାମ ରାଉତ, କରୁଣାକର ବେହେରା, ରବିନ୍ଦ୍ର ପହି, ଚିନ୍ତାମଣୀ ଜେନା, ହୃଷିକେଶ ଖଣ୍ଡା, ଶତୃଘ୍ନ ରାଉତ, ରବିନ୍ଦ୍ର ନାଥ ରାଉତ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ସମ୍ପର୍କରେ ଆଲୋଚନା କରିବା ସହିତ ଆସନ୍ତା ୧୮ତାରିଖରୁ ପଞ୍ଚାୟତ ପଦଯାତ୍ରା କରିବା ଦିଗରେ ଆଲୋଚନା କରିଥିଲେ। ରାଜ୍ୟର ଚାଷୀମାନଙ୍କୁ ସରକାର ଭୁବନେଶ୍ୱରରେ ଠିଆ କରାଇ ନଦେବା ପ୍ରତିବାଦରେ ସମଗ୍ର ରାଜ୍ୟର ଚାଷୀକୁଳଙ୍କୁ ଏକଯୁଟ କରିବା ଲକ୍ଷରେ ଏହି ପଦଯାତ୍ରା ଅନୁଷ୍ଠିତ ହେବାସହ ନେତା ମାନଙ୍କୁ ଗାଁରେ ପୁରାଇ ନଦେବାକୁ ସଚେତନ କରାଯିବ। ସେହିପରି ପ୍ରତି ଚାଷୀ ପରିବାରକୁ ୫ହଜାର କରି ସୁରକ୍ଷା ଭତ୍ତା (ପେନସନ), ଧାନର ସର୍ବନିମ୍ନ ମୁଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି କରିବା ଆଦି ଦାବି କରାଯାଇଥିଲା। ବାରମ୍ବାର ଦାବି ସତ୍ତ୍ୱେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନଥବବାରୁ ଆଗାମି ଦିନରେ ବିଧାନସଭା ଘେରାଉ କରାଯିବା ୁପରେ ଆଲୋଚନା କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top