ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡ଼ିହି, ୧୫/୮/ : ହାଟଡିହି ବ୍ଲକରେ ନବନିଯୁକ୍ତ ୯୦ଜଣ କନିଷ୍ଠ ଶିକ୍ଷକଙ୍କୁ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହାଟଡିହି କଲେଜ ପରିସରରେ ସଂଘ ସଭାପତି ଦେବାଶିଷ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଗୁଣନିଧି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ସଂଘ ର ଜିଲ୍ଲାସଭାପତି ସୂର୍ଯ୍ୟପ୍ରକାଶ ସେଠୀ, ସମ୍ମାନୀତ ଅତଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ତପୋଧନ ସ୍ୱାଇଁ, ସୁରେଶ କୁମାର ଜେନା ଏବଂ ରାଜ୍ୟ ସଂଘର ମହାସଚିବ ବିବେକାନନ୍ଦ ବେହେରା ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ସୁନ୍ଦର ହାଟଡିହି ଗଠନ କରିବା ଉପରେ ଶିକ୍ଷକମାନଙ୍କ ଭୁମିକା ସମ୍ପର୍କରେ ଆଲୋକପାତ କରିବା ସହ ଶିକ୍ଷକମାନେ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ନିଜର ସନ୍ତାନ ସନ୍ତତୀ ଭଳି ଭାବିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ବିଶେଷକରି ଶିକ୍ଷକମାନେ କର୍ତ୍ତବ୍ୟନିଷ୍ଠ ହେବା ଉପରେ ସମସ୍ତ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । କୌଣସି ସମସ୍ୟା ଦେଖାଦେଲେ ସଂଘ ମାଦ୍ୟମରେ ତାହାର ସମାଧାନ କରିବା ଦିଗରେ ସମସ୍ତେ ଚେଷ୍ଟିତ ହେବା ଉଚିତ ବୋଲି ସଭାପତି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଘ ସଦସ୍ୟମାନେ ନବନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସମ୍ପାଦକ ସନାତନ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କାର୍ଯ୍ୟକାରୀ ସଭାପତି ସୁମନ୍ତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗଣମାଧ୍ୟମ ସଂଯୋଜକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସାଂଗଠନିକ ସଂଯୋଜକ ଅକାଶ କୁମାର ସାହୁ, କୋଷାଧ୍ୟକ୍ଷ ବଳରାମ ପଣ୍ଡା, ଆଲୋକ କୁମାର ସାହୁ, ରାଜୀବ ଲୋଚନ ସାହୁ, ରାକେଶ ସାହୁ, ସନ୍ତୋଷ ସାହୁ, ଅଜୟ ଜେନା, ଅଞ୍ଜନ ଦାସ, ସତ୍ୟବ୍ରତ ନାୟକ, ସୁଶାନ୍ତ ସେଠୀ, ମମତା ମଞ୍ଜରୀ ରାଉତ, ହିମାଦ୍ରୀ ନନ୍ଦିନୀ ସ୍ୱାଇଁ, ସରୋଜିନୀ ଜେନା, ଶ୍ରଦ୍ଧାଞ୍ଜଳୀ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *