ନବଦିନ ଯାତ୍ରା ପାଇଁ ଶରଧାବାଲି ଚଳଚଞ୍ଚଳ

ପୁରୀ:୧୭/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ନବଦିନ ଘୋଷଯାତ୍ରାରେ ଆସି ଆଡପ ମଣ୍ଡପରେ ବିଜେ କରିବା ପରେ ଶରଧାବାଲି ଚଳଚଞ୍ଚଳ ହେବା ସହ ଉତ୍ସବମୁଖର ହୋଇଉଠିଛି। ଭୋଳାନାଥ ବିଦ୍ୟାପୀଠ ଠାରେ ପଲିଶ୍ରୀମେଳା ଅନୁଷ୍ଠିତ ହୋଇଛି। ଏବଂ ଏହି ମେଳାରେ ପ୍ରାୟ ୩ଶହରୁ ଅଧିକ ଷ୍ଟଲ ଖୋଲାଯାଇଛି। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ରାଜ୍ୟ ବାହାରୁ ବହୁ ଷ୍ଟଲ ଏଠାରେ ଖୋଲାଯାଇଛି। ପ୍ରତ୍ୟେକ ବର୍ଷ ଏହି ମେଳାକୁ ସହର, ଆଖପାଖ ଅଞ୍ଚଳ ଓ ରାଜ୍ୟ ବାହାରୁ ଆସିଥିବା ଯାତ୍ରୀମାନେ ଅନାଇ ବସିଥାନ୍ତି। ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀ, ମସଲା ଓ ଅନ୍ୟାନ୍ୟ ହାଣ୍ଟିକ୍ରାପ୍ଟ ଷ୍ଟଲ ଗୁଡିକରେ ସନ୍ଧ୍ୟା ସମୟରେ ପ୍ରବଳ ଭିଡ ହୋଇଥିବା ଦେଖାଯାଉଛି। ବଡଶଙ୍ଖ ଠାରୁ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ବିଭିନ୍ନ ଷ୍ଟଲ ଖୋଲାଯାଇଛି। ସେହିପରି ଦୋଳିର ମଜା ମଧ୍ୟ ପିଲାମାନେ ବେସ ନେଉଛନ୍ତି। ସେହିପରି ରାସ୍ତାର ଉଭୟ ପାଶ୍ୱର୍ରେ ଫାଷ୍ଟଫୁଡ ଦୋକାନ ସହ ଅନ୍ୟାନ୍ୟ ଖେଳନା ସାମଗ୍ରୀ ମଧ୍ୟ ପସରା ଖୋଲିଯାଇଛି। ସୂଚନା ଓ ଲୋକ ସର୍ମ୍ପକ ବିଭାଗ ପକ୍ଷରୁ ମଧ୍ୟ ଫଟୋ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ସନ୍ଧ୍ୟା ସମୟରେ ପଲିଶ୍ରୀମେଳା ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି। ସେହିପରି ବଡଦାଣ୍ଡର ବିଭିନ୍ନ ସ୍ଥାନରେ ପାଲା, ଗୋଟିପୁଅ, ଦାସକାଠିଆ ଓ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେଉଛି।

(ଫଟୋ ଡିପି ଗାଙ୍ଗୁଲି)

Leave a Reply

Your email address will not be published. Required fields are marked *