ନନ୍ଦିପଦା ଥାନା ଆମ ପୁଲିସ ସମିତି ବୈଠକ, ନୁତନ ଥାନା ଅଧିକାରୀଙ୍କୁ ସର୍ମ୍ବର୍ଦ୍ଧନା

ହାଟଡ଼ିହି-୩୦/୮,(ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଆଇ.ଆଇ.ସି ଦିବ୍ୟକାନ୍ତୀ ଲାକ୍ରାଙ୍କୁ ଆମ ପୁଲିସ ସମିତି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଦସ୍ୟମାନେ ନୁତନ ଭାବେ ଯୋଗଦେଇଥିବା ଆଇଆଇସିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱଗତ କରିଥିଲେ । ଆଇନି ଶୃଙ୍ଖଳା ରକ୍ଷା କରିବା ଦିଗରେ ସମସ୍ତ ଆମ ପୁଲିସ ସଦସ୍ୟମାନଙ୍କ ସହଯୋଗ କାମନା କରିଥିଲେ । ସେ ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଥାନା ଏ.ଏସ.ଆଇ ସନାତନ ମହାରଣା, ଡମ୍ବରୁଡ଼ର ମହାନ୍ତ, ଆମ ପୁଲିସ ସଦସ୍ୟ କିଶୋର ଆଚାର୍ଯ୍ୟ, ପ୍ରମୋଦ ନାୟକ, ନିତ୍ୟାନନ୍ଦ ରାଉତ, ବିରେନ୍ଦ୍ର କୁମାର ବିଶ୍ୱାଳ, ଧୂସାଶନ ସାହୁ, କୃଷ୍ଣଚନ୍ଦ୍ର ଜେନା, ସୁଧାଶୁଂ ଦକ୍ଷିଣରାୟ, ଅକ୍ଷୟ ଦାସ, ବାଳକୃଷ୍ଣ ନାୟକ, ମନମୋହନ ବେହେରା, ରବିନ୍ଦ୍ର କୁମାର ରାଉତ, ମନମୋହନ ବେହେରା, ଅଲେଖ ଚନ୍ଦ୍ର ନାଥ ପ୍ରମୁଖ ଯୋଗଦେଇ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ଶାଳଣିଆଁ ଅଞ୍ଚଳରେ ଦିନକୁ ଦିନ ବିଶୃଙ୍ଖଳା ବୃଦ୍ଧି ପାଉଥିବାରୁ କିପରି ସେଅଞ୍ଚଳରେ ଶାନ୍ତି ଫେରିବ ସେସମ୍ପର୍କରେ ଆଲୋଚନା କରାଯାଇଥିଲା । ଥାନାର ସରକାରୀ ନମ୍ବର ମୋବାଇଲକୁ କାର୍ଯ୍ୟକ୍ଷମ କରିବାକୁ ଆଆଇସି ଗୁରୁତ୍ୱ ଦେଇଥିଲେ । ସେହିପରି ସଡକ ସୁରକ୍ଷା, ଶିଶୁ ସୁରକ୍ଷା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *