ଅପରାଧ

ନନ୍ଦିପଦା ଥାନାରୁ ୱାରେଣ୍ଟି ଚମ୍ପଟ ଘଟଣାର ତଦନ୍ତ କଲେ ଏସଡିପିଓ

ହାଟଡ଼ିହି, ୯। ୮ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ନନ୍ଦିପଦା ଥାନାରୁ ଜଣେ ୱାରେଣ୍ଟି ଗତକାଲି ଚମ୍ପଟ ମାରିବା ଘଟଣାର କରିଛନ୍ତି ଏସଡିପିଓ। ଆନନ୍ଦପୁରର ଭାରପ୍ରାପ୍ତ ଏସଡିପିଓ ସଲଭେନସ ଟପୋ ଗତକାଲି ନନ୍ଦିପଦା ଥାନାରେ ପହଞ୍ଚି ଥାନା ଅଧିକାରିଣୀ ନୟନା ବେହେରା, ସେଣ୍ଟ୍ରି ଡିଉଟିରେ ଥିବା କନେଷ୍ଟବଲଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ କିପରି ଓ କେଉଁ ପରିସ୍ଥିତିରେ ଚମ୍ପଟ ମାରିଲା ତାହାର ତଦନ୍ତ କରିଛନ୍ତି। ତାଙ୍କ ସହିତ ଆନନ୍ଦପୁର ଥାନା ଆଇଆଇସି ସୁଦର୍ଶନ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ସଂପୃକ୍ତ ଫେରାର ଆସାମୀ କାଳିଆ ଜେନା ବିରୁଦ୍ଧରେ ଆଉ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରିଣୀ ନୟନା ବେହେରା କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଡଅଁର ଗ୍ରାମରେ ଗତ ୨୦୧୭ରେ ମସିହାରେ ଟ୍ରାକ୍ଟରରେ ମାଟି ପକାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଆଟ୍ରୋସିଟ ଦଫା ଲାଗିଥିବାବେଳେ ଅଭିଯୁକ୍ତ କାଳିଆ ଜେନା ଓ ତାର ବାପା ଆଶୋକ ଜେନା କୋର୍ଟରେ ହାଜର ନହେବାରୁ ସେମାନଙ୍କ ନାମରେ ୱାରେଣ୍ଟ ବାହାରିଥିଲା। ଗତ ମଙ୍ଗଳବାର ରାତିରେ ନନ୍ଦିପଦା ପୁଲିସ ତାଙ୍କ ଘରେ ଚଢ଼ାଉକରି କାଳିଆକୁ ଗିରଫ କରି ଥାନାକୁ ଆଣିଥିଲେ। ମାତ୍ର ବୁଧବାର ତାକୁ କୋର୍ଟ ଚାଲାଣ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବାବେଳେ ଖାଇସାରି ଧୋଇ ହେବାକୁ ବାହାରକୁ ଯାଇ ଫେରାର ହୋଇଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top