ନନ୍ଦପୁରଠାରେ ପଞିକୃତ ନିର୍ମାଣ ଶ୍ରମିକମାନଙ୍କୁ ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ

କୋରାପୁଟ ; ତା୧୪-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକଠାରେ ପଞିକୃତ ନିର୍ମାଣ ଶ୍ରମିକମାନଙ୍କୁ ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ ଅନୁପମ ସାହାଙ୍କ ଉପସ୍ଥିତିରେ ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ ।ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ପଞିକୃତ ୩୩୦ ଜଣ ଶ୍ରମିକମାନଙ୍କୁ ସାଇକେଲ , ଶାବଳ ,ଗଇଂତି , ଜୋତା ,ବେଲଜା , ଗ୍ଲୋବ୍ସ ପ୍ରଭୃତି ପ୍ରଦାନ କରାଯାଇଥିଲା ।ଏହି ଉସôବରେ କୋରାପୁଟ ଉପଜିଲ୍ଲାପାଳ କୃତିବାସ ରାଉତ ,ଜିଲ୍ଲାପରିଷଦ ସଭ୍ୟ ପ୍ରଭାତ ଗୁରୁମାଇ , ବରିଷ୍ଠ ବିଜେଡି ନେତା ଜଗନ୍ନାଥ ପାଙ୍ଗୀ ଓ ଗୋପାଳ ବେବର୍ତା , ବିଡିଓ ରାମେଶ୍ୱର ପ୍ରଧାନ , ଜିଲ୍ଲା ଶ୍ରମ ଅଧିକାରୀ ପି .କେ.ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ କୋରାପୁଟ ସହାୟକ ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା ଯୋଗଦେଇ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *