ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଯୁବକର ଗଳିତ ଶବଉଦ୍ଧାର

ମାଲକାନଗିରି, ୨୪ା୮ (ଓଡିଆ ପୁଅ ) ଗତ ୫ଦିନତଳେ ଗୁରୁପ୍ରୀୟା ନଦୀ ପାର ହେଉଥିବାବେଳେ ବନ୍ୟାଜଳରେ ଭାସି ଯାଇଥିବା ଜଣେ ଆଦିବାସୀ ଯୁବକର ଗଳିତ ଶବ ଆଜି ଉଦ୍ଧାର ହୋଇଛି। ଗତ ସୋମବାର ଦିନ ଗୁରୁପ୍ରୀୟା ନଦୀ ପାର ହେଉଥିବା ସମୟରେ ପାଣିରେ ଭାସିଯାଇ ନିଖୋଜ ହୋଇଥିବା ଆଦିବାସୀ ଯୁବକ ରାମଚନ୍ଦ୍ର ପାଙ୍ଗିଙ୍କର ମୃତଶରୀର ଆଜି ଗୁରୁପ୍ରୀୟା ନଦୀର ଶାଖା ସିଲିଗୁମ୍ମା ନାଳରୁ ଗ୍ରାମବାସୀମାନେ ଉଦ୍ଧାର କରିଛନ୍ତି। ଚିତ୍ରକୋଣ୍ଡା ଥାନାସ୍ଥ ସ୍ୱାଭିମାନ ଅଞ୍ଚଳ ପାପରମେଟଲା ପଞ୍ଚାୟତ ଡଲିଆମ୍ବ ଗ୍ରାମର ରାମଚନ୍ଦ୍ର ପାଙ୍ଗି ନାମକ ଜଣେ ଆଦିବାସୀ ଯୁବକ ଗତ ସୋମବାର ଦିନ ଚିତ୍ରକୋଣ୍ଡା ବ୍ୟାଙ୍କକୁ ଯାଇଥିଲେ। ସେ ବ୍ୟାଙ୍କ କାମସାରି ନିଜଘରକୁ ଫେରୁଥିବା ବେଳେ ପ୍ରବଳବର୍ଷା ହୋଇଥିଲା। ପାପରମେଟାଲା ପଞ୍ଚାୟତ ନିକଟରେ ଥିବା ଗୁରପ୍ରୀୟା ନଦୀ ର ଶାଖା ଡଲିଆମ୍ବ ନାଳ ପାର ହେଉଥିବା ସୟରେ ବନ୍ୟାଜଳର ପ୍ରବଳସ୍ରୋତରେ ରାମଚନ୍ଦ୍ର ଭାସି ଯାଇଥିଲେ, ତାଙ୍କୁ ଗ୍ରାମବାସୀ ମାନେ ବହୁତ ଖୋଜା ଖୋଜି କରିପାଇନଥିଲେ। ରାମଚନ୍ଦ୍ର ନିଖୋଜ ସଂପର୍କରେ ଚିତ୍ରକୋଣ୍ଡା ଥାନା ଓ ତହସିଲରେ ପରିବାର ଲୋକେ ଜଣାଇବାରୁ ଘଟଣାସ୍ଥଳରେ ପୁଲିସ ଦମକଳବାହିନି ଯାଇ ଗତ ୪ଦିନ ଧରି ବହୁତ ଖୋଜା ଖୋଜିକରିଥିଲେ ମଧ୍ୟ ତାଙ୍କର କିଛି ପତାମିଳିନଥିଲା। ଆଜି ସକାଳେ ଗୁରୁପ୍ରୀୟା ନଦୀ ଶାଖା ସିଲିଗୁମ୍ମା ନାଳରେ କେହି ଜଣେ ଭାସୁଥିବାର ଗ୍ରାମବାସୀମାନେ ଦେଖିଥିଲେ। ସେଠାକୁ ଯାଇ ଭାସୁଥିବା ଶବକୁ ଓଲଟାଇ ପକାଇବାରୁ ଗତ୫ଦିନତଳେ ନଦୀରେ ଭାସି ନିଖୋଜ ଥିବା ଡଲିଆମ୍ବ ଗ୍ରାମର ରାମଚନ୍ଦ୍ର ହନ୍ତାଳଙ୍କର ବୋଲି ଜଣାପଡିଥିଲା। ଗ୍ରାମବାସୀ ମାନେ ଡଲିଆମ୍ବ ଗ୍ରାମର ରାମଚନ୍ଦ୍ର ଙ୍କ ପରିବାରଙ୍କୁ ଜଣାଇ ବାରୁ ତାଙ୍କ ପରିବାର ସେଠାରେ ପହଁଚି ଗଳିତ ଶବକୁ ଚିହ୍ନଟ କରିଥିଲେ। ଏ ସଂପର୍କରେ ଥାନାକୁ ଜଣାଇ ଗଳିତ ଶବକୁ ଘରକୁ ନେଇ ଯାଇଛନ୍ତି। ମୃତ ରାମଚନ୍ଦ୍ର ଅତ୍ୟନ୍ତ ଗରିବ ତାଙ୍କ ମୃତ୍ୟୁପରେ ପରିବାର ଦୁଃଖରେ ରହିଛନ୍ତି। ପ୍ରକାଶ ଥାଉକି ରାମଚନ୍ଦ୍ରଙ୍କର ୬ଟି ସନ୍ତାନ ଥିବା ବେଳେ ଘରକୁ ସେ ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ସରକାରଙ୍କ ପକ୍ଷରୁ ମୃତ ରାମଚନ୍ଦ୍ରଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବିକରିଛନ୍ତି। ସୂଚନା ଯୋଗ୍ୟ ଯେ ସ୍ୱାଭିମାନ ଅଞ୍ଚଳ ପାପରମେଟଲା ପଞ୍ଚାୟତ ଡୋଲିଆମ୍ବ ନଦୀ ପାର ହେବା ପାଇଁ ପୋଲଟିଏ ନଥିବାରୁ ବର୍ଷା ଦିନେ ଏହି ନଦୀପାର ହେବାସମୟରେ ଅନେକ ଧନଜୀବନ ହାନିଘଟିଥାଏ ତୁରନ୍ତ ଏଠାରେ ଏକ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି।

Leave a Reply

Your email address will not be published. Required fields are marked *