ନଦୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ତିର୍ତ୍ତୋଲ୧୪/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ତେରତାଙ୍ଗ ଗ୍ରାମର ଶିଶିର ଦାସଙ୍କ ପତ୍ନୀ ଟିକିନା ଦାସ(୩୩) ତାଙ୍କ ୧୦ବର୍ଷର ପୁଅ ସରୋଜ ଦାସକୁ ନେଇ ଏହି ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତ ନାହାଙ୍ଗୁରୀ ଗ୍ରାମ ବାପଘରକୁ ମହାନଦୀ ପାରହୋଇ ଯୋଉଥିବାବେଳେ ପାଣି ସ୍ରୋତରେ ମହିଳାଙ୍କ ଲୁଗା ଛନ୍ଦିହୋଇଯିବାରୁ ବୁଡ଼ିଯାଇଥିଲେ। ଘଟଣାସ୍ଥଳରେ ଥିବା ସ୍ତାନୀୟ ଲୋକ ପୁଅଟିକୁ ଉଦ୍ଧାର କରିପାରିଥିବାବେଳେ ମହିଳାଜଣକ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା। ତିର୍ତ୍ତୋଲ ଥାନା ପକ୍ଷରୁ ଟିକିନା ଦାସଙ୍କ ମୃତଦେହକୁ ଜବତ କରାଯାଇ ବ୍ୟବଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *