ନଦୀରେ ବୁଡି ଯୁବକ ମୃତ

ବାରିପଦା ୨୯ ମଇ (ଓଡ଼ିଆ ପୁଅ/ସନ୍ତୋଷ ବରଜ) -ସ୍ଥାନୀୟ ମଧୁବନ ଅଞ୍ଚଳର ବୁଢାବଳଙ୍ଗ ନଦୀରୁ ଆଜି ସକାଳୁ ବାରିପଦା ଅଗ୍ନିଶମ ବିଭାଗ ଏକ ଯୁବକର ମୃତଦେହ ଉଦ୍ଧାର କରିଛି। ନଦୀରେ ଶବଟି ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବାରିପଦା ଟାଉନ ଥାନାକୁ ଖବର ଦେଇଥିଲେ। ଯୁବକଙ୍କ ନାମ ବାବୁଲି ରଣା (୪୦)ପୋଡ଼ା ଅସ୍ତିଆ ଅଞ୍ଚଳର ବାସିନ୍ଦା। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇଅଛି।

Leave a Reply

Your email address will not be published. Required fields are marked *