ଓଡ଼ିଶା

ନଦୀରେ ବୁଡି ଯୁବକ ନିଖୋଜ

ହିଞ୍ଜିଳିକାଟୁ ୨୨-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ହିଞ୍ଜିଳି ଥାନା ଅନ୍ତର୍ଗତ ଅନ୍ତରିଗାଁରେ ଶନିବାର ଏକ ଦୁଃଖ ଦାୟକ ଘଟଣା ଘଟିଥିବା ଜଣାପଡିଛି। ଗ୍ରାମର କେଉଟ ସାହିର ବାସିନ୍ଦା ଗୁରା ବେହେରାଙ୍କ ବଡ ପୁତ୍ର ବାବୁଲା ବେହେରା(୨୬)ନିକଟସ୍ଥ ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ। ଗ୍ରାମବାସୀ ନଦୀରେ ଗଭୀର ଜଳଥିବାରୁ ଆଖପାଖ ଅଞ୍ଚଳରେ ବହୁ ଖୋଜା ଖୋଜି କରିବା ସହ ହିଞ୍ଜିଳି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ବାବୁଲାକୁ ଟିଉବ ବୋଟ ସାହାଯ୍ୟରେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଉଦ୍ଧାରକାରୀ ଦଳ ନିଖୋଜ ବ୍ୟକ୍ତିଙ୍କୁ ଠାବ କରି ପାରିନଥିବା ସୂଚନା ମିଳିଛି। ଋଷିକୁଲ୍ୟା ନଦୀର ଗଭୀର ସ୍ରୋତ ଓ ପ୍ରବଳ ପାଣି ଥିବାରୁ ବାବୁଲାଙ୍କ ଭାସି ଯାଇଥିବା ଅନୁମାନ କରାଯାଉଛି। ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଦେଖା ଦେଇଥିବା ବେଳେ ହିଞ୍ଜିଳି ପୋଲିସ୍ ତଦନ୍ତ ଚାଲିଥିବା ଜଣାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top