ଗଜପତି

ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, ୧୭ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବୋମିକା ଗ୍ରାମ ଠାରେ ନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାର ସୂଚନା ଗୁରାଣ୍ଡି ପୋଲିିସ ପକ୍ଷରୁ ଦିଆଯାଇଛି। ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ଅପରାହ୍ନ ସମୟରେ ବୋମିକା ଗ୍ରାମର ଅନାଦି ପାଣିଙ୍କ ପୁଅ ହେମନ୍ତ ପାଣି(୨୯) ଅପରାହ୍ନ ସମୟରେ ଗ୍ରାମ ନିକଟରେ ବୋହିଯାଉଥିବା ମହେନ୍ଦ୍ରତନୟା ନଦୀକୁ ଗାଧଇବା ପାଇଁ ଯାଇଥିଲେ। ତେବେ କୌଣସି କାରଣରୁ ନଦୀର ସୁଅରେ ଭାସିଯାଇଥିଲେ। ପରେ ଅଞ୍ଚଳବାସିନ୍ଦାଙ୍କ ସହୟତାରେ ଖୋଜାଖୋଜି କରିବା ଦ୍ୱାରା ତାଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ତେବେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏସମ୍ପର୍କରେ ଗୁରାଣ୍ଡି ଥାନାରେ ୩/୧୮ ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଏଏସଆଇ ଲଳିତ ମହୋନ ଦାସ କରୁଥିବାର ସୂଚନା ମିଳୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top