ନଦୀରେ ବୁଡିଗଲେ ଭାଇ ଭଉଣୀ: ଦୁଇଜଣଙ୍କର ଶୋଚନୀୟ ମୃତ୍ୟୁ

ରାଇରଙ୍ଗପୁର ୧୨-୭ (ଓଡ଼ିଆ ପୁଅ/ଦୀପକ କୁମାର ମହାନ୍ତ) ନଦୀକୁ ଗାଧୋଇବାକୁ ଯାଇ ଭାଇଭଉଣୀଙ୍କ ମୃତ୍ୟୁ। ଗାଧୋଉଥିବା ବେଳେ ବୁଡିଯାଇ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତେବେ ଘଟଣା ଘଟିଛି ରାଇରଙ୍ଗପୁର ସହର ନିକଟରେ ଥିବା ଖଡ଼ଖାଇ ନଦୀରେ।
ଆଜି ସକାଳୁ ଗାଧୋଇବା ସମୟରେ ଏଭଳି ଏକ ଦୁଃଖ ଦୟ ଘଟଣା ଘଟିଥିଲା ରାଇରଙ୍ଗପୁର ଅଂଚଳରେ।


ସୂଚନା ଅନୁଯାଇ ଭାଇ, ଭଉଣୀ ଗାଧୋଇବା କୁ ଯାଇଥିଲେ ରାଇରଙ୍ଗପୁର ଅଂଚଳରେ ଥିବା ଖଡ଼ଖାଇ ନଦୀକୁ, ୧୦ ବର୍ଷର ଭାଇ ନେନୁ ଗୁଜରାତି ବୁଡି ଯିବାର ଦେଖି ତାକୁ ଉଦ୍ଧାର କରିବାକୁ ଯାଇଥିଲା ତା ବଡ଼ ଭଉଣୀ ହିନା ଗୁଜୁରାତି। ତେବେ ଦୁଇଜଣଙ୍କ ବୁଡିବା ଦେଖି ସ୍ଥାନୀୟ ଲୋକେ ଖବର ଦେଇଥିଲେ ଦମକଳ ବିଭାଗକୁ। ଖବରପାଇ ଦମକଳ ବିଭାଗ ପହଂଚି ଉଦ୍ଧାର କରିଥିଲେ ଭଉଣୀ ହିନାକୁ। ପରେ ୩୦ ମିନିଟ କାଳ ଉଦ୍ଧାର କାର୍ଯ୍ୟ ଚଲାଇ ଭାଇକୁ ଉଦ୍ଧାର କରିବା ଦିଗରେ ସଫଳ ହୋଇଥିଲେ। ଭାଇ, ଭଉଣୀକୁ ସଂଗେ ସଂଗେ ସ୍ଥାନୀୟ ହସ୍ପିଟାଲକୁ ପଠେଇଥିଲେ। ହେଲେ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତ୍ତର ଅବସ୍ଥାରେ ଭାଇର ଚିକିତ୍ସା ଆରମ୍ଭ ହୋଇଥିଲା, ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଭାଇ ନାନୁର ମୃତ୍ୟୁ ହୋଇଥିଲା। ଏହି ଗୁଜୁରାତି ପରିବାର ରାଇରଙ୍ଗପୁର ଅଞ୍ଚଳର ଲିଙ୍କ ରୋଡ଼ ପାଖରେ ଭଡା ଘରେ ରହୁଥିଲେ।

Leave a Reply

Your email address will not be published. Required fields are marked *