ଓଡ଼ିଶା

ନଦୀରୁ ଯୁବକର ଶବ ଉଦ୍ଧାର

ସମ୍ବଲପୁର, ୬/୯ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ପୋଲିସ ଖର୍ଲା ନଦୀରେ ଭାସୁଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ମହୁଲପାଲି ଥାନା ଗୋଛରା ଗ୍ରାମ ଅନ୍ଧାରୀପାଲି ଗ୍ରାମର ଅଶୋକ ମୋଦି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଅଶୋକ ୨ ତାରିଖ ଦିନ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇଥିଲେ। ପରିବାର ପକ୍ଷରୁ ଥାନାରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ଘଟଣାର ଦୁଇଦିନ ପରେ ଖର୍ଲା ନଦୀରୁ ପୋଲିସ ଶବ ଉଦ୍ଧାର କରିଥିଲା। ସାମାଜିକ କଟକଣା ଭୟରେ ପରିବାର ସଦସ୍ୟମାନେ ମୃତଦେହ ନେବାକୁ ମନା କରିଥିଲେ। ଶବ ସଂସ୍କାର ପାଇଁ ସମସ୍ୟା ହୋଇଥିଲା। ଖବର ପାଇ କୁଚିଣ୍ଡା ଘରୋଇ ବସ ମାଲିକ ସଂଘ ଶବଦାହ କରିବାକୁ ଆଗେଇ ଆସିଥିଲା। ସଂଘର ସଭାପତି ଦୀନବନ୍ଧୁ ଅଗ୍ରୱାଲ, ସମ୍ପାଦକ ଉଦୟ ପ୍ରତାପ ସିଂ, ଯୁଗ୍ମ ସମ୍ପାଦକ ହିମାଂଶୁ ପଟେଲଙ୍କ ନେତୃତ୍ୱରେ ସଂଘର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ସ୍ଥାନୀୟ ଶ୍ମଶାନ ଘାଟରେ ଶବ ଦାହ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top