ଜିଲ୍ଲା ପରିକ୍ରମା

ନଦୀପାର ହେଉଥିବା ବେଳେ ବନ୍ୟାଜଳରେ ଭାସି ନିଖୋଜ ହୋଇଥିବା ଯୁବକର ୩ଦିନହେଲା ପତାମିଳୁନାହିଁ

ମାଲକାନଗିରି,୨୨ା୮ (ଓଡିଆ ପୁଅ ) ଗତ ତିନିଦିନତଳେ ନଦୀପାର ହେଉଥିବାବେଳେ ବନ୍ୟାଜଳରେ ଭାସି ଯାଇଥିବା ଜଣେ ଆଦିବାସୀ ଯୁବକର କିଛି ଖୋଜଖବର ମିଳୁନାହିଁ ।ଚିତ୍ରକୋଣ୍ଡା ଥାନାସ୍ଥ  ସ୍ୱାଭିମାନ ଅଚଂଳ ପାପରମେଟଲା ପଚାଂୟତ ଡଲିଆମ୍ବ ଗ୍ରାମର ରାମଚନ୍ଦ୍ର ପାଙ୍ଗି ନାମକ ଜଣେ ଆଦିବାସୀ ଯୁବକ ଗତ ସୋମବାରଦିନ ଚିତ୍ରକୋଣ୍ଡା ବ୍ୟାଙ୍କକୁ ଆସିଥିଲେ । ସେ ବ୍ୟାଙ୍କ କାମସାରି ନିଜଘରକୁ ଫେରୁଥିବା ବେଳେ ପ୍ରବଳବର୍ଷା ହୋଇଥିଲା । ପାପରମେଟାଲା ନିକଟରେ ଥିବା ଗୁରପ୍ରୀୟା ନଦୀର ପାର ହେଉଥିବା  ସୟରେ ନଦୀର ପ୍ରବଳସ୍ରୋତରେ ରାମଚନ୍ଦ୍ର ଭାସି ଯାଇଥିଲେ ,ତାଙ୍କୁ ଗ୍ରାମବାସୀ ମାନେ ବହୁତ ଖୋଜା ଖଜି କରି ପାଇନଥିଲେ । ଗତକାଲି ରାମଚନ୍ଦ୍ର ନିଖୋଜ ସଂପର୍କରେ ଚିତ୍ରକୋଣ୍ଡା ଥାନା ଓ ତହସିଲରେ ପରିବାର ଲୋକେ ଜଣାଇ ବାରୁ ଘଟଣାସ୍ଥଳରେ ପୁଲିସ ଦମକଳବାହିନି ଯାଇ ଖୋଜା ଖୋଜିକରିଥିଲେ ମଧ୍ୟ ତାଙ୍କର କିଛି ପତାମିଳିନଥିଲା । ଆଜି ସକାଳେ ମଧ୍ୟ ଗୁରୁପ୍ରୀୟା ନଦୀରେ ଗ୍ରାମବାସୀ ମାନେ ବହୁତ ଖୋଜା ଖୋଜିକରି ତାଙ୍କୁପାଇ ନଥିଲେ । ତିନିଦିନ ବିତାଯାଇଥିଲେ ମଧ୍ୟ ରାମଚନ୍ଦ୍ରଙ୍କର କିଛି ଖବର ମିଳିନଥିବାରୁ ତାଙ୍କପରିବାର ଦୁଃଖରେ ରହିଛନ୍ତି । ପ୍ରକାଶ ଥାଉକି ତାଙ୍କର ୬ଟି ସନ୍ତାନ ଥିବା ବେଳେ ଘରକୁ ରାମଚନ୍ଦ୍ର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ଲଗାଣ ବର୍ଷା ହେବାଦ୍ୱାରା ପାହାଡରୁ ପାଣି ଆସି ଗୁରୁପ୍ରୀୟା ନଦୀରେ ବନ୍ୟାସୃଷ୍ଟି ହୋଇଛି । ସୁଚନା ଯୋଗ୍ୟ ଯେ ଗତ ମାସ୨୫ତାରିଖରେ ପାପରମେଟଲା ପଚାଂୟତ ଗୁରୁପ୍ରୀୟା ନଦୀ ଡୋଲିଆମ୍ବ ଘାଟ ଠାରେ ଚିଟିବାବୁ ନାମକ ଯୁବକ ନଦୀପାର ହେଉଥିବାବେଳେ ପାଣିରେ ଭାସି ଯାଇ ତାଙ୍କର ମୃତ୍ୟୁଘଟିଥିଲା । ସେ ଘଟଣାର ମାସେ ନପୁରୁଣୁ ପୁଣି ସେହି ଘାଟରେ ରାମଚନ୍ଦ୍ର ଭାସି ଯାଇ ନିଖୋଜ ହେବାଘଟଣା ବିଛିନ୍ନାଚଂଳବାସୀ ଙ୍କ ମନରେ ଭୟ ଓ ଆଶଙ୍କା ଖେଳାଇଦେଇଛି । ସେହି ଘାଟରେ ପ୍ରଶାସନ ପକ୍ଷରୁ ଏକ ପୋଲନିର୍ମାଣ କରିବାପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ବି ପୋଲଟିଏ ନିର୍ମାଣ ନହେବାରୁ ପ୍ରତି ବର୍ଷ ଅନେକ ଲୋକଙ୍କର ମୃତ୍ୟୁ ହେବାସହିତ ଅନେକ ଗାଇ ଗୋରୁ ଭାସିଯାଇ ମରୁଥିବାର ଜଣାପଡିଛି । ସୁଚନା ଯୋଗ୍ୟ ଯେ ସ୍ୱାଭିମାନ ଅଚଂଳ ରାଲେଗଡା ପଚାଂୟତ ଡୋଲିଆମ୍ବ ନଦୀ ପାର ହେବା ପାଇଁ ପୋଲଟିଏ ନଥିବାରୁ ବର୍ଷା ଦିନେ ଏହି ନଦୀପାର ହେବା ସମୟରେ ଅନେକ ଧନଜୀବନ ହାନିଘଟିଥାଏ ତୁରନ୍ତ ଏଠାରେ ଏକ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top