ନତଡ଼ାରେ ପଂଚଦୋଳ ଉତ୍ସବ ପାଳିତ

ତାଳଚେର,୭/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାଉଥବଲଣ୍ଡା ନିକଟସ୍ଥ ନତଡା ଗ୍ରାମରେ ପଂଚଦୋଳ ଉତ୍ସବ ମଙ୍ଗଳବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଅପରାହ୍ନରେ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତିକୁ ପୂଜା କରାଯାଇ ଏକ ସୁସଜ୍ଜିତ ବିମାନରେ ଠାକୁରଙ୍କୁ ବିଜେ କରାଯାଇଥିଲା । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଠାକୁରଙ୍କୁ ସମଗ୍ର ଗ୍ରାମ ପରିକ୍ରମା କରା ଯାଇଥିଲା । ପାରମ୍ପରିକ ଲଉଡ଼ି ନୃତ୍ୟ ସହ ବିଭିନ୍ନ ଧରଣର ବାଦ୍ୟ,ଘଂଟ ବାଦ୍ୟ ତଥା ନାମ ସଂକୀର୍ତନରେ ସମଗ୍ର ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା । ଏହି ଅବସରରେ ଗ୍ରାମବାସୀମାନେ ପରସ୍ପର ଅବିର ବୋଳି ଭାତୃଭାବର ଅପୂର୍ବ ପରମ୍ପରାକୁ ଉଜ୍ଜୀବିତ କରିଥିଲେ । ଉତ୍ସବରେ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମେଳଣ ପଡିଆରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ମେଲୋଡି ଓ ଯାତ୍ରା ପରିବେଷଣ କରାଯାଇଥିଲା । ଗ୍ରାମ ସଭାପତି ସୁକାନ୍ତ ସାହୁ,ସମ୍ପାଦକ ଶ୍ରୀକାନ୍ତ ସାହୁ,ମହର୍ଗା ସାହୁ, ନିତ୍ୟାନନ୍ଦ ସାହୁ,ମାର୍କଣ୍ଡ ନାୟକ, ଖଗେଶ୍ୱର ସାହୁ,ଯୁଧିଷ୍ଠିର ପ୍ରଧାନ ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *