ନତଡା ବିଜେପି ପକ୍ଷରୁ ଭାରତରତ୍ନ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ

ଅନୁଗୋଳ, ୧୭/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ନତଡା ପଂଚାୟତ ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ନତଡା ବିଜେପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ହରେଶ ସାହୁ ଅଧ୍ୟକ୍ଷତା କରିଥିଲେ। ନିତ୍ୟାନନ୍ଦ ସାହୁ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜଳନ କରି ପ୍ରବାଦ ପୁରୁଷଙ୍କ ଉପରେ ନିଜର ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ବିଜୟ ମାଝୀ, ଶକ୍ତି କେନ୍ଦ୍ର ପ୍ରଭାରୀ ବିଜୟ ସାହୁ, ବୁଥ୍ ସଭାପତି ଶ୍ରୀକାନ୍ତ ସାହୁ, ରାଜୁ ବିଶ୍ୱାଳ, ଶୁଶାନ୍ତ ସାହୁ, ଟୁକୁ ସାହୁ, ସର୍ବେଶ୍ୱର ବେହେରା, ନିରଞ୍ଜନ ନାୟକ, ରାଜୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ଯୋଗ ଦେଇ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *