ନଟରାଜ ନୃତ ଓ ସଙ୍ଗୀତ ଉତ୍ସବ-୨୦୧୭ ଅନୁଷ୍ଠିତ

ଫୁଲବାଣୀ, ୩୦/୪ (ଓଡ଼ିଆ ପୁଅ/ଅଶୋକ ମହାନ୍ତି) :ସ୍ଥାନୀୟ ସଭାଗୃହ ଠାରେ ନଟରାଜ ନୃତ୍ୟ ଓ ସଙ୍ଗୀତ ଉତ୍ସବ-୨୦୧୭ ଆଡ଼ମ୍ବରର ସହିତ ଅନୁଷ୍ଠିତ ହୋଇଯାଇଛି। ନଟରାଜ କଳାମନ୍ଦିର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଳାପାଳ ପ୍ରଦୀପ୍ତ କୁମାର ସାହାଣୀ ଯୋଗଦେଇ ନୃତ୍ୟ ଓ ସଙ୍ଗୀତର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼.ସଙ୍ଗୀତା ଗୋସ୍ୱାଇଁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଳା ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ, ଜିଲ୍ଳା ସଂସ୍କୃତିତ ଅଧିକାରୀ ଟଙ୍କଧର ଭୋଇ, ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦର ସଭାପତି ବିଜୟ ମହାନ୍ତି, ଗୁରୁ ଇଂ.ବିକ୍ରମ ସାମଲ୍ ପ୍ରମୁଖ ଯୋଗଦେଇ ଉଦ୍ ବୋଧନ ଦେଇଥିଲେ। ନଟରାଜ କଳାମନ୍ଦିର ପ୍ରତିଷ୍ଠାତା ବିନୋଦ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଅଶୋକ କୁମାର ମହାନ୍ତି ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଖାତିସଂପର୍ଣ୍ଣ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ପ୍ରତିଭା ପଣ୍ଡା ଏବଂ ଗୁରୁକେଳୁଚରଣ ମହାପାତ୍ର ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ମାହୀ ଡ଼.ସଙ୍ଗୀତା ଗୋସ୍ୱାଇଁଙ୍କୁ ନଟରାଜ କଳା ସମ୍ମାନରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ଗୁରୁଶ୍ରୀ ରାଜେନ୍ଦ୍ର ବେହେରା, ଗୁରୁ ଶ୍ରୀମତି ଜନୁଜା ମହାନ୍ତି, ଗୁରୁଶ୍ରୀ ଅଶୋକ କୁମାର ଦାସ, ଓ ମନୋଜ କୁମାର ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ନଟରାଜ କଳା ସମ୍ମାନରେ ସମ୍ବର୍ଦ୍ଧିତ ଦୁଇ ପ୍ରତିଭା ଏହି ଅବସରରେ ନିଜ ନିଜର କଳା ମଧ୍ୟ ପ୍ରଦର୍ଶନ କରିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସଭାକାର୍ଯ୍ୟ ପରେ ପରେ ଅନୁଷ୍ଠାନର ଛୋଟ ଓ ବଡ଼ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପକ୍ଷରୁ ଓଡ଼ିଶୀ, ସମ୍ବଲପୁରୀ, ଆଧୁନିକ ଭଳି ବିିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ, ବହୁ ମାନ୍ୟଗଣ ବ୍ୟକ୍ତି, ବହୁ କଳାକାର, ସାଂସ୍କୃତିକ ପ୍ରେମି ଓ ଅନ୍ୟମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶୀ ଓ ହିନ୍ଦୁସ୍ଥାନୀୟ କଣ୍ଠ ସଙ୍ଗିତ ସହିତ ଓଡ଼ିଶୀ ନୃତ୍ୟ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *