ନଗର ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବେ ଗୌରବ ରାୟ ମନୋନୀତ

ତାଳଚେର, ୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଯୁବ ବିଜେଡି ସଙ୍ଗଠନକୁ ସୁଦୃଢ଼ କରିବାପାଇଁ ତାଳଚେର ନଗର କମିଟିର ପୁନର୍ଗଠନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଯୁବ ସଙ୍ଗଠକ ଗୌରବ ରାୟ ତାଳଚେର ନଗର ଯୁବ ବିଜେଡି କମିଟିର ସାଧାରଣ ସମ୍ପାଦକଭାବେ ମନୋନୀତ ହୋଇଛନ୍ତି। ବିଜୁ ଯୁବ ଜନତାଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି ଓ ମହାସଚିବ ତଥା ଜୋନାଲ ହେଡ଼୍ ଶିଶିର ପରିଜା, ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଓ ତାଳଚେର ନଗର ଯୁବ ବିଜେଡି ସଭାପତି ସୁଧିର ଚନ୍ଦ୍ର ସିଂ ସାମନ୍ତଙ୍କ ଅନୁମୋଦନ କ୍ରମେ  ଶ୍ରୀ ରାୟଙ୍କୁ ଯୁବ ବିଜେଡି ନଗର କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ସାଧାରଣ ସମ୍ପାଦକଭାବେ ମନୋନୀତ କରା ଯାଇଥିବାରୁ ଶ୍ରୀ ରାୟ ତାଳଚେରର ମାନ୍ୟବର ବିଧାୟକ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ବିଜେଡି ସଙ୍ଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସେ କାର୍ଯ୍ୟ କରିବେ ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *