ନକ୍ସଲ ବିରୋଧି ସଂପୂର୍ଣ୍ଣ ହିସାଂମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ମାଓଦମନ ପାଇଁ ଏଏନପିପିଏଫ ଗଠନ, ୬୦୦ ଯୁବକଙ୍କୁ ତାଲିମ ଦେବା ପାଇଁ ପ୍ରସ୍ତୁତି

ମାଲକାନଗିରି, ୮ା୯ (ଓଡିଆ ପୁଅ ) ମାଓପ୍ରବଣ ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ ୫ଟି ଜିଲ୍ଲାରେ ମାଓଦମନ ନିମନ୍ତେ ସ୍ୱତନ୍ତ୍ରଭାବେ ୬୦୦ ଯୁବକଙ୍କୁ ତାଲିମ ଦିଆଯାଇ ଆଣ୍ଟି ନକ୍ସଲ ପିପୁଲ୍ସ ପିସ ଫୋର୍ସ ଗଠନ କରିବା ପାଇଁ ନକ୍ସଲ ବିରୋଧି ସଂପୂର୍ଣ୍ଣ ହିଂସାମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ନିଷ୍ପତି ନିଆଯାଇଛି। ମାଓବାଦୀ ସଂଗଠନର ପିପୁଲ୍ସ ଲିବେରେସନ ଗରିଲା ଆର୍ମୀ(ପିଏଲଜିଏ) ବିରୋଧରେ ଏହି ତାଲିମ ପ୍ରାପ୍ତ ଯୁବକମାନେ ଏଏନପିପିଏଫ ସଂଗଠନକରି ମାଓପ୍ରବଣ ଅଞ୍ଚଳରୁ ସେମାନଙ୍କୁ ନିପାତକରିବା ପାଇଁ ଯୋରଦାର ପ୍ରସ୍ତୁତି ଚଳାଇଥିବାର ଜଣାପଡିଛି। ବିଶେଷ କରି ମାଲକାନଗିରି ଜିଲ୍ଲାରୁ ୨୦୦, କୋରାପୁଟ ଜିଲ୍ଲାରୁ ୧୦୦, ରାୟଗଡା ଜିଲ୍ଲାରୁ ୧୦୦, କଳାହାଣ୍ଡି ଜିଲ୍ଲାରୁ ୧୦୦, କନ୍ଧମାଳ ଜିଲ୍ଲାରୁ ୧୦୦ ସର୍ବମୋଟ ୬୦୦ଜଣ ଯୁବକଙ୍କୁ ନେଇ ଗଠନ ହେବ ଏଏନପିପିଏଫ ଯାହା ମାଓବାଦୀଙ୍କ ପିଏଲଜିଏକୁ ଦୃଢତାର ସହିତ ମୁକାବିଲା କରିବ। ମାଲକାନଗିରି ଜିଲ୍ଲା ଦାଇତ୍ୱରେ ରହିବେ ଏସ.ସିସା, କୋରାପୁଟ, ରାୟଗଡା ଜିଲ୍ଲା ଦାଇତ୍ୱରେ ରହିବେ ତ୍ରୀନାଥ କୁମାର, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ଦାଇତ୍ୱରେ ରହିବେ ବି.ପଲାସି, ଏହି ସଂଗଠନ ମାଓବାଦୀମାନଙ୍କ ହିଂସାରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା। ପିଏଲଜିଏ ସଂଗଠନକୁ ଦୃଢତାର ସହ ଦମନ କରିବା ସହିତ ମାଓପ୍ରବଣ ଜିଲ୍ଲା ଗୁଡିକରେ ବିଭିନ୍ନ ବିକାଶ କାମକୁ ତ୍ୱରାନ୍ୱିତ କରିବା ମୁଖ୍ୟ ଲକ୍ଷ ହେବବୋଲି ସମ୍ପୁର୍ଣ୍ଣ ହିଂସାମୁକ୍ତ ଓଡିଶା ଅଭିଯାନ, ନକ୍ସଲ ମୁକ୍ତ ଓଡିଶା ଶକ୍ତିଶାଳୀ ଏବଂ ବିକଶିତ ଓଡିଶା ଆବାହକ ଭାରତ ଭୂଷଣ ପ୍ରେସ ନୋଟ ମାଧ୍ୟମରେ ଗଣମାଧ୍ୟ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ ଗତକିଛି ମାସ ହେଲା ପୋଷ୍ଟର ଯୁଦ୍ଧ ଲାଗିରହିଥିଲା। ଆଗରୁ କେବଳ ମାଓବାଦୀମାନେ ବିଭିନ୍ନ ଗ୍ରାମରେ ପୋଷ୍ଟର ବ୍ୟାନର ମାଧ୍ୟମରେ ପୁଲିସ ଓ ଗ୍ରାମବୀସମାନଙ୍କୁ ଧମକ ଦେବା ଓ ସେମାନଙ୍କର ଦିବସ ପାଳନ ପାଇଁ ଆହ୍ୱାନ ଦେବା ଉଦ୍ଦେଶ୍ୟରେ ପୋଷ୍ଟର ଓ ବ୍ୟାନରମାନ ଲୁଚିଛପି ଲଗାଉଥିଲେ। ତାର କିଛି ବର୍ଷପରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ମାଓବାଦୀଙ୍କୁ ବିରୋଧ କରି ସେମାନଙ୍କ କାର୍ଯ୍ୟକଳାପ ଓ ହିସାଂକାଣ୍ଡର ଫଟୋଚିତ୍ର ସହିତ ପୋଷ୍ଟର ଲଗାଉଥିଲେ। ପୁଲିସ ଓ ମାଓବାଦୀମାନଙ୍କ ମଧ୍ୟରେ ସେତେବେଳେ କେବଳ ପୋଷ୍ଟର ମାଧ୍ୟମରେ ଯୁଦ୍ଧ ଚାଲିଥିଲା। ଗତ କିଛିଦିନ ହେଲା ସଂପୂର୍ଣ୍ଣ ହିସାଂମୁକ୍ତ ଓଡିଶା ଅଭିଯାନ, ନକ୍ସଲ ମୁକ୍ତ ବିକାଶିତ ଓଡିଶା ସଂଗଠନ ମାଓବାଦୀଙ୍କ ହିସାଂକାଣ୍ଡକୁ ବିରୋଧ କରି ବିଭିନ୍ନ ଅଞ୍ଚଳରେ ପୋଷ୍ଟରମାନ ଲଗାଇ ସେମାନଙ୍କ ହିଂସାକାଣ୍ଡକୁ ପ୍ରତିବାଦ କରିଆସୁଥିଲେ। ଏହି ସଂଗଠନ ଆଗକୁ ଆଉ ଦୁଇପାଦ ଯାଇ ମାଓବାଦୀ ମାନଙ୍କ ଛାମୁଆ ସଂଗଠନ ପିଏଲଜିଏ ପରି ୬୦୦ଯୁବକ ମାନଙ୍କୁ ନେଇ ଏଏନପିପିଏଫ ସଂଗଠନ କରି ମାଓବାଦୀମାନଙ୍କୁ ଦୃଡତାର ସହିତ ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି।

 

 

 

Leave a Reply

Your email address will not be published. Required fields are marked *