ନକଲି ବିଦେଶି ମଦ ବେପାରିକୁ ୩ବର୍ଷକାରାଦଣ୍ଡସହ ୨୦ହଜାର ଟଙ୍କା ଜରିମାନା

ମାଲକାନଗିରି,୨ା୫ (ଓଡିଆ ପୁଅ )  ମାଲକାନଗିରି ଥାନାସ୍ଥ ପଦ୍ମଗିରି ଗ୍ରାମର ତାପସବିଶ୍ୱାସ (୨୬)ନାମକଜଣେ ଯୁବକକୁ ନକଲି ବେଦେଶି ମଦ ଚୋରାରେ ବିକ୍ରି କରୁଥିବା ଅଭିଯୋଗରେ ଜିଲ୍ଲାମୁଖ୍ୟବିଚାର ବିଭାଗୀୟ ଦଣ୍ଡାଧିକାରୀ ତଥା ସହକାରୀ ଦୌରାଜଜ ଡ.ଅନିଲକୁମାର ଦତ ଆଜି ଅବକାରୀ ଆଇନ ଅନୁସାରେ ଦଣ୍ଡିତ କରିଛନ୍ତି । ସମସ୍ତ ସାକ୍ଷି ବିଚାରକୁ ନେଇ ଆସାମି ତାପସକୁ ୩ବର୍ଷକାରାଦଣ୍ଡ ସହିତ ୨୦ହଜାର ଟଙ୍କା ଜରିମାନା,ଜରିମାନା ଅନାଦେୟ ହେଲେ ଅଧିକ ୬ମାସ କାରାଦଣ୍ଡ ଭୋଗ ଆଦେଶ ଦିଆଯାଇ ଆସାମିଙ୍କୁ ଜେଲକୁ ପଠାଇଦିଆ ଯାଇଛି । ଏହି ମକଦମାଟିକୁ ସରକାରି ଓକିଲ ଗୋପାଳପଣ୍ଡା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *