ନକଲି ପ୍ରାଣୀଧନ ସର୍ଭେୟର ସାଜିବା ମହଙ୍ଗା ପଡିଲା -୩ ଯୁବକ ଅଟକ

ବୌଦ୍ଧ, ୨୦ା୧୨ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ସଙ୍କୁଲେଇ ପଞ୍ଚାୟତ ପାଣିଘରା ଗ୍ରାମ କୁ ନକଲି ପ୍ରାଣୀଧନ ସର୍ଭେୟର ହୋଇ ଆସିଥିବା ୧୯ ରୁ ୨୦ ବୟସର ୩ ଯୁବକ ଙ୍କ କଥାବାର୍ତ୍ତା ଓ କାର୍ଯ୍ୟକଳାପ କୁ ସନ୍ଦେହ କରି ଗ୍ରାମବାସୀ ମାନେ ସେମାନଙ୍କୁ ଅଟକ ରଖିବା ଭଳି ଏକ ଚାଞ୍ଚଲ୍ୟକର ଖବର ଜଣାପଡିବା ପରେ ସମଗ୍ର ବ୍ଲକରେ ମୁଖ୍ୟ ଚର୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନା ମତେ ସୋମବାର ପାଣିଘରା ଗ୍ରାମ କୁ ଆସିଥିବା ୩ ଜଣ ଯୁବକ ଗ୍ରାମବାସୀ ଙ୍କୁ ଡାକି ନିଜକୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଭେଟେନାରୀ ଟ୍ରେନିଂ ପାଇବା ପରେ ବିଭିନ୍ନ ଗ୍ରାମ ରେ ଥିବା ଲୋକଙ୍କର ଗାଇଗୋରୁ, ଛେଳିମେଣ୍ଢା, ପୋଢ ମଇଁଷି, କୁକୁଡା ଆଦି ପ୍ରାଣୀଧନ ସର୍ମ୍ପକିତ ନିର୍ଭୁଲ ତାଲିକା ପ୍ରସ୍ତୁତ ପାଇଁ ଆସିଥିବା କର୍ମଚାରୀ ଭାବେ ପରିଚୟ ଦେଇଥିଲେ। ପ୍ରଥମେ ସେମାନେ ଗ୍ରାମର କେଉଁ କେଉଁ ଲୋକ ର କେତେ ପ୍ରାଣିଧନ ଅଛନ୍ତି ତାର ଏକ ତାଲିକା ପ୍ରସ୍ତୁତ କରିବା ପରେ ସରକାର ପାଖକୁ ରିପୋର୍ଟ ପଠାଇବା ପରେ ଅଧିକ ପ୍ରାଣୀଧନ କିଣିବା ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ମିଳିବାର ପ୍ରଲୋଭନ ଦେଖାଇ ଆବଶ୍ୟକୀୟ ଡକ୍ୟୁମେଣ୍ଟ ବାବଦକୁ ପ୍ରତି ପରିବାର ସଦସ୍ୟ ଙ୍କ ଆଧାର କାର୍ଡ,  ଭୋଟର କାର୍ଡ,  ବ୍ୟାଙ୍କ ପାସ୍ବୁକ ଏକାଉଣ୍ଟ ନମ୍ବର,  ରାର୍ସନ କାର୍ଡ ଓ ସେଲଫୋନ ନମ୍ବର ଆଦି ସଂଗ୍ରହ କରିଥିଲେ। ଓ ସେସବୁକୁ ନିଜ ପାଖରେ ଥିବା ଏକ ସ୍ମାର୍ଟ ଫୋନ ରେ ଫୋଟ ଉଠାଇ ରଖିବା ପରେ ଖର୍ଚ୍ଚ ବାବଦକୁ ସଦସ୍ୟ ପିଛା ୫୦ ଟଙ୍କା ଲେଖାଁଏ ଆଦାୟ କରିଥିଲେ। ଗ୍ରାମରେ ଏଇଭଳି ଭାବେ କିଛି ସମୟ ମଧ୍ୟରେ ସେମାନଙ୍କ ନିକଟରେ ତାଲିକାଭୁକ୍ତ କରାଇବା ପାଇଁ ଲୋକଙ୍କ ଭିତରେ ଭିଡ ବଢିବା ଦେଖି ଗ୍ରାମର କିଛି ସଚେତନ ଯୁବକ ସଙ୍କୁଲେଇ ପଞ୍ଚାୟତର ସରପଞ୍ଚ ଙ୍କୁ ଫୋନ କରି ବ୍ଲକ ତରଫରୁ ସେଭଳି କିଛି ସର୍ଭେ ହେଉଥିବା ନେଇ ପଚାରିଥିଲେ। ଏକଥା ଶୁଣିବା ପରେ ସ୍ଥାନୀୟ ସରପଞ୍ଚ ବ୍ଲକ କୁ ଫୋନ କରି ଏହା ଠକେଇ ବୋଲି ଜାଣିବାପରେ ପାଣିଘରା ଗ୍ରାମବାସୀ ଙ୍କୁ ସୁଚାଇ ଦେଇଥିଲେ। ଏକଥା ପ୍ରଘଟ ହେବା ପରେ ଗ୍ରାମବାସୀ ମାନେ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ସମୟରେ ଉକ୍ତ ୩ ଜଣ ଯୁବକ ଭୟରେ କେତେବେଳେ ନିଜ ଘର ବୌଦ୍ଧ ତ କେତେବେଳେ ହାଟଗାଁ ବୋଲି କହିଥିଲେ। ସେମାନଙ୍କ ବୟାନ ରେ ତାଳମେଳ ନ ରହିବାରୁ ଲୋକଙ୍କ ସନ୍ଦେହ ଦୃଢିଭୁତ ହୋଇଥିଲା। ତେଣୁ ଗ୍ରାମବାସୀ ମାନେ ସେମାନଙ୍କୁ ଅଟକ ରଖି ହରଭଙ୍ଗା ଥାନା କୁ ଖବର ଦେଇଥିଲେ। ଖବରପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ୩ ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *