ଜିଲ୍ଲା ପରିକ୍ରମା

ନକଲି ଡାକ୍ତରଙ୍କ ରାଜ୍, ରୋଗୀ ହନ୍ତସନ୍ତ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଗ୍ରାମାଂଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁ ଗ୍ରାମବାସୀ ମାନେ ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିଲେ ଗ୍ରାମରେ କ୍ଲିନିକ କରିଥିବା କ୍ୱାକଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି କ୍ୱାକ୍ ଅବା ନକଲି ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତେ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଦକ୍ଷିଣ ରାଉରକେଲା ସହରତଳି ଗ୍ରାମ ମୁଣ୍ଡାଯୋର, ରାମଯୋଡି, ମନକୋ ଆଦି ଗ୍ରାମରେ କ୍ୱାକ୍ ମାନେ ନିଜର ପ୍ରାଦୃଭାବ ବିସ୍ତାର କରିଛନ୍ତି। ରୋଗୀ ମାନଙ୍କୁ ଅଯଥାରେ କୌଣସି କାରଣ ନଥାଇ ସେମାନେ ବିଭିନ୍ନ ପରୀକ୍ଷା ଯେପରି ମଳ, ମୂତ୍ର, ରକ୍ତ ପରୀକ୍ଷା କରିବାକୁ ଏକ ପ୍ରକାର ବାଧ୍ୟ କରୁଛନ୍ତି। ଏଥି ନିମନ୍ତେ ସରକାରୀ ଧାର୍ଯ୍ୟ ଟଙ୍କା ଠାରୁ ବେଶୀ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି। ସମୟ ସମୟରେ ସେମାନେ ଦେଉଥିବା ରକ୍ତ ପରୀକ୍ଷାର ରିପୋର୍ଟ ଅନ୍ୟ ସହ ତୁଳନା କଲେ ତାଳମେଳ ରହୁନାହିଁ। ଫଳରେ ଏହା ରୋଗୀଙ୍କ ଜୀବନ ପ୍ରତି ବିପଦର କାରଣ ସାଜିଛି। ଏହି କ୍ୱାର୍କ ମାନେ ଗ୍ରାମାଂଚଳ ଗୁଡ଼ିକରେ ବିନା ପଂଜିକରଣରେ ଦୀର୍ଘଦିନ ଧରି ସେମାନଙ୍କ କ୍ଳିନିକ ଚଳାଇ ଆସୁଥିଲେ ମଧ୍ୟ, ସ୍ୱାସ୍ଥ୍ୟ ବିଭାଗ ଅବା ପ୍ରଶାସନ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ତେଜିବାରେ ଲାଗିଛି। ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top