ନକଲି ଜର୍ଦ୍ଦା ଜବତ

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ବନ୍ତଛକ ବସ୍ଷ୍ଟାଣ୍ଡ ନିକଟରେ ଚୋରା ଚାଲାଣ ବେଳେ ୪୦ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ନକଲି ଜର୍ଦ୍ଦା ଜବତ କରାଯାଇଛି । ୪ଟି କାର୍ଟୁନ୍ରେ ପ୍ୟାକିଂ କରାଯାଇଥିବା ଏହି ଜର୍ଦ୍ଦାକୁ ଚୋରା ଚାଲାଣ କରାଯାଉଥିବାବେଳେ ଭଦ୍ରକ ଟାଉନ୍ ପୁଲିସ୍ ହାତରେ ଧରାପଡିଛି । ତେବେ ଜର୍ଦ୍ଦା ଜବତ ବେଳେ ତାର ମାଲିକ ପୁଲିସ୍ ଆଖିରେ ଧୂଳିଦେଇ ଫେରାର ହୋଇଯାଇଛି । ଏଥିରେ ଏକ ନିର୍ଦ୍ଦିଷ୍ଟ କଂପାନୀର ଜର୍ଦ୍ଦା ରହିଛି । ଏହି ଜର୍ଦ୍ଦାଗୁଡିକ ନକଲି ଅଥବା ଅସଲି ତାହା ଜାଣିବା ସକାଶେ ପୁଲିସ୍ ପକ୍ଷରୁ ସଂପୃକ୍ତ ଜର୍ଦ୍ଦା କଂପାନୀକୁ ଖବର ଦିଆଯାଇଥିବା ପୁଲିସ୍ କହିଛି । ଅନ୍ୟପକ୍ଷରେ ଭଦ୍ରକ ପୁରୁଣାବଜାର ଅଂଚଳରୁ ଏହି ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଛି ବୋଲି ଅନୁମାନ କରାଯାଉଥିବା ପୁଲିସ୍ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *