ଧୋୟାଅଞ୍ଚଳକୁ ଗମନାଗମନ ପାଇଁ ଥିବା ରାସ୍ତା ପାଲଟିଛି ମରଣଯନ୍ତା

ତିର୍ତ୍ତୋଲ ୨୭/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଧୋୟାଅଞ୍ଚଳ କୃଷ୍ଣାନନ୍ଦପୁର, ବିଷନପୁର, କନିମୂଳ, ଦାଇଁଲୋ, ଗୋପାଳପୁର(ଶ) ୫ ଟି ପଞ୍ଚାୟତର ଲକ୍ଷାଧିକ ଜନସାଧାରଣ ଗମନାଗମନ ପାଇଁ ନିର୍ଭର କରୁଥିବା ରାସ୍ତା ଏବେ ପାଲଟିଛି ମରଣ ଯନ୍ତା। ପ୍ରତିବର୍ଷ ରାସ୍ତାର ମରାମତି ଓ ଉନ୍ନତି ଆଳରେ ରାଜକୋଷରୁ ଲୁଟୁଛନ୍ତି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର। ଅପରପକ୍ଷରେ ରାସ୍ତାର ଅବସ୍ଥା ନିର୍ମାଣର ମାତ୍ର କେଇଦିନ ପରେ ନିମ୍ନମାନର କାର୍ଯ୍ୟଯୋଗୁଁ ଖାଲଖମାରେ ପରିପୂଣ୍ଣ ହୋଇ ଦୈନିକ ଘଟାଉଛି ଛୋଟବଡ଼ ଦୂର୍ଘଟଣା। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଧୋୟାଅଞ୍ଚଳକୁ ଯିବାପାଇଁ କଟକ ପାରାଦ୍ୱୀପ ରାସ୍ତା ଲକ୍ ବଜାରଠାରୁ ଲମ୍ବିଥିବା ରାସ୍ତା ଯିବାକୁ ହୋଇଥାଏ। ଏହି ରାସ୍ତାର ତାରୋତଲ ଛକଠାରୁ କୃଷ୍ଣାନନ୍ଦପୁର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ପ୍ରତ୍ୟେକ ବର୍ଷ ନିର୍ମାଣ କାର୍ଯ୍ୟ ହେଉଥିବାବେଳେ ତାରୋତଲଠାରୁ ଓଳଗଦା, କୃଷ୍ଣାନନ୍ଦପୁରଠାରୁ ଦିଗବାରୁଣୀ କେନାଲବନ୍ଧ ରାସ୍ତା, କୃଷ୍ଣାନନ୍ଦପୁରଠାରୁ ସରଳପୁର ପାଇକାନଦୀବନ୍ଧ ରାସ୍ତାର ଅବସ୍ଥା ସୁଧୁରିବାରେ ନାଆଁ ଧରୁନାହିଁ। ଏହି ରାସ୍ତା ରେ ଖାଲଖମାରେ ପରିପୂର୍ଣ୍ଣ ହୋଇ ବର୍ଷାଜଳ ଭରି ପଥଚାରୀ ଓ ବାଇକ୍ ଆରୋହୀମାନଙ୍କୁ ଦୂର୍ଘଟଣାଗ୍ରସ୍ତ କରାଉଥିବା ଦେଖିବାକୁ ମିଳୁଛି। ଏହି ରାସ୍ତାର ପୂନରଉଦ୍ଧାର ପାଇଁ ଧୋୟା ଅଞ୍ଚଳବାସୀ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *