ଓଡ଼ିଶା

ଧୋନୀ ରଚିଲେ ଇତିହାସ : ଆଇପିଏଲରେ ସବୁଠାରୁ ଅଧିକ ଷ୍ଟମ୍ପ କରିଥିବା ୱିକେଟ କୀପର ଧୋନୀ

ମୁମ୍ବାଇ, ୨୭ ମଇ (ଓଡ଼ିଆ ପୁଅ) ଚେନ୍ନାଇ ସୁପର କିଂଗ୍ସର ଅଧିନାୟକ ଏବଂ ୱିକେଟକୀପର ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ୨୦୧୮ ର ଫାଇନାଲ୍ ରେ ଇତିହାସ ରଚିଲେ। ଫାଇନାଲ୍ ରେ ଧୋନୀ ଆଇପିଏଲ ଇତିହାସରେ ସର୍ବାଧିକ ୩୩ ଷ୍ଟମ୍ପ କରିପାରିଥିବା ପ୍ରଥମ ୱିକେଟକୀପର ବନିପାରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଧୋନୀଙ୍କର ୩୨ଟି ଷ୍ଟମ୍ପ କରିଥିଲେ।

ଏହା ପୂର୍ବରୁ ଏହି ରେକର୍ଡ କୋଲକାତା ନାଇଟ ରାଇଡର୍ସର ୱିକେଟକୀପର ରବିନ ଉଥପ୍ପାଙ୍କ ନାମରେ ଥିଲା। ସେ ୩୨ଜଣ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପ ଆଉଟ କରି ପାଭିଲିୟନ ପଠାଇଥିଲେ। ଅବଶ୍ୟ ଏହି ବର୍ଷ ଆଇପିଏଲରେ ଦିନେଶ କାର୍ତ୍ତିକଙ୍କର ଅଧିନାୟକତ୍ୱରେ ରବିନ ଉଥପ୍ପାଙ୍କୁ କୀପିଙ୍ଗ କରିବାର ମୌକା ମିଳିନଥିଲା ଏବଂ କାର୍ତ୍ତିକ ହିଁ ୱିକେଟ କୀପିଂଗ କରିଥିଲେ।

 

ଧୋନୀ ଆଇପିଏଲ ୨୦୧୮ ର ଫାଇନାଲ୍ ରେ ୧୩ତମ ଓଭରର ପ୍ରଥମ ବଲ୍ ରେ ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମ୍ସନଙ୍କୁ ଷ୍ଟମ୍ପ ଆଉଟ କରି ଏହି ରେକର୍ଡ ନିଜର ନାମରେ କରିଛନ୍ତି। କେନ ୱିଲିୟମ୍ସନ ଅର୍ଦ୍ଧଶତକରୁ ବଞ୍ଚିତ ହୋଲେ ଏବଂ ୩୬ଟି ବଲରେ ୪୭ ରନ କରି ପାଭିଲିୟନ ଫେରିଥିଲେ।

ଆଇପିଏଲରେ ସବୁଠାରୁ ଅଧିକ ଷ୍ଟମ୍ପ କରିଥିବା ୱିକେଟ କୀପର

ଏମଏସ ଧୋନୀ – ୩୩ ଷ୍ଟମ୍ପ
ରବିନ ଉଥପ୍ପା – ୩୨ ଷ୍ଟମ୍ପ
ଦିନେଶ କାର୍ତ୍ତିକ – ୩୦ ଷ୍ଟମ୍ପ
ରିଦ୍ଧିମାନ ସାହା – ୧୮ ଷ୍ଟମ୍ପ
ଏଡମ ଗିଲକ୍ରିଷ୍ଟ – ୧୬ ଷ୍ଟମ୍ପ
ପାର୍ଥିବ ପଟେଲ – ୧୪ ଷ୍ଟମ୍ପ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top