ଜିଲ୍ଲା ପରିକ୍ରମା

ଧାମରା ବିମାନ ଘାଟି ନିର୍ମାଣ ପ୍ରସଙ୍ଗ, ସୀମା ପୁନଃ ନିର୍ଦ୍ଧାରଣ ପାଇଁ କେନ୍ଦ୍ରକୁ ଚିଠି

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଧାମରାର ଆଦାନୀ ବନ୍ଦରର ଅଭିବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ରାଜ୍ୟ ସରକାରଙ୍କ ଅନୁରୋଧରେ ଧାମରାଠାରେ ଏକ ବିମାନଘାଟି କରିବା ପାଇଁ ସ୍ଥାନ ଚୟନ କରିବାକୁ ଆଦେଶ ଦେଇଛନ୍ତି । ସ୍ଥାନ ଚୟନ ଆଦେଶ ପାଇବା ପରେ ଭଦ୍ରକ ଜିଲାପାଳ ଚାନ୍ଦବାଲି ତହସିଲଦାରଙ୍କୁ ଜମି ଚିହ୍ନଟ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଆଦେଶ ବଳରେ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଧୀନରେ ଥିବା କଇଥଖୋଲା ପଂଚାୟତ ହୃଦୟପ୍ରସାଦ ମୌଜାରେ ଥିବା ୩ ଶହରୁ ଉଦ୍ଧ୍ୱର୍ ଏକର ଜମି ଚିହ୍ନଟ ହୋଇଥିଲା । ସେହି ଜମିଗୁଡିକ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସିଆରଜେଡ୍ ଜୋନ୍ର ଅନ୍ତର୍ଭୁକ୍ତ । ଏହି ଜମିର ବିମାନଘାଟି କରିବାକୁ ହେଲେ ସିଆରଜେଡ୍ ଜୋନ୍ର ପୁନଃ ସୀମା ନିର୍ଦ୍ଧାରଣ ହେବା ଜରୁରୀ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପରେ ଜିଲାପାଳ କେନ୍ଦ୍ର ସରକାରଙ୍କୁ ଚିଠି କରିଛନ୍ତି । ଏହି ପଡିଆ ପାଇଁ ପ୍ରାଥମିକ ସ୍ତରରେ ଯାତାୟତ ରାସ୍ତା ପାଇଁ ଓସାର ୪ ଶହ ମିଟର ହେବା ଜରୁରୀ ଥିବାବେଳେ ଅତି କମ୍ରେ ଲମ୍ବ ୩ କିମି ଏବଂ ଜମିର ପରିମାଣ ୩ ଶହ ଏକର ହେବା ଜରୁରୀ ବୋଲି ନିଦେ୍ର୍ଦଶ ହୋଇଛି । କଇଥଖୋଲା ପଂଚାୟତରେ ଏହି ସିଆରଜେଡ୍ ଜୋନ୍ର ପୁନଃ ସୀମା ନିର୍ଦ୍ଧାରଣ ହେବା ଜରୁରୀ ଥିବା ବେଳେ ବିମାନଘାଟି ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଏହି ସ୍ଥାନ ସର୍ବୋକୃଷ୍ଟ ହୋଇପାରିବ ବୋଲି ଜଣାଯାଇଛି । କଇଥଖୋଲା ପଂଚାୟତରେ ସମୁଦାୟ ୩ ଶହ ଏକର ଜମି ଉପଲବ୍ଧ । ସେହିପରି ଚାନ୍ଦବାଲି ତହସିଲ ଏବଂ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଧୀନରେ ଥିବା କରଣପଲ୍ଲୀ, କୁଆମରା ମୌଜାରେ ୧୭୫ ଏକର ଜମି ରହିଥିବାବେଳେ ଆବଶ୍ୟକ ପଡୁଥିବା ଅବଶିଷ୍ଟ ଜମି ବାସୁଦେବପୁର ତହସିଲ ତଥା ନାୟକାଣୀଡିହି ରାଜସ୍ୱ ଅଧିକାରୀଙ୍କ ଅଧୀନ ନନ୍ଦପାଟଣା ପଂଚାୟତରେ ୧୨୫ ଏକର ଜମି ଅଛି ବୋଲି ଚାନ୍ଦବାଲି ତହସିଲ ପକ୍ଷରୁ ସର୍ଭେ ହୋଇଥିବା ଜଣାଯାଇଛି । ଏହି ଦୁଇ ତହସିଲ ଅଧୀନରେ ୪ ଶହ ଏକର ଜମି ଥିବାବେଳେ ଏହି ଜମିର କିସମ ଲୁଣାପଟା ଏବଂ ବାଲିରେ ବୋଲି ଜଣାଯାଇଛି । ଏହି ଜମିରେ ମଧ୍ୟ ବିମାନଘାଟି ନିର୍ମାଣ ସମ୍ଭବ ବୋଲି କୁହାଯାଉଛି । କଇଥଖୋଲା ପଂଚାୟତରେ ଗୋଟିଏ ସ୍ଥାନରେ ୩ ଶହ ଏକର ଜମି ଥିବାବେଳେ ଯାତାୟତ ପାଇଁ ୪ ଶହ ମିଟର ରାସ୍ତା ଏବଂ ଲମ୍ବ (ପରିସୀମା) ୩ କିମି ହୋଇଥିବାବେଳେ ନନ୍ଦପାଟଣା, ବିଜୟପାଟଣା, କରଣପଲ୍ଲୀ ଏବଂ କୁଆମରା ଠାରେ ୪ ଶହ ଏକର ଜମି ଉପଲବ୍ଧ । ମାତ୍ର ଏହି ସ୍ଥାନରେ ଯାତାୟତ ପାଇଁ ଓସାର ୩ ଶହ ମିଟର ଏବଂ ପରିସୀମା ୩ କିମିରୁ କମ୍ ବୋଲି ଜଣାଯାଇଛି । ଏଠାରେ ସୂଚନାଯୋଗ୍ୟ ଏହି ସମସ୍ତ ଜମି ବିମାନଘାଟି ପାଇଁ ଉପଯୁକ୍ତ ହୋଇଥିବାବେଳେ ଏହି ସମସ୍ତ ଜମି ସିଆରଜେଡ୍ ଜୋନ୍ରେ ଅନ୍ତର୍ଭୁକ୍ତ । ଏହି ୋଜନ୍ର ୫ ଶହ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ସମ୍ଭବ ନୁହେଁ । ଯଦି କେନ୍ଦ୍ର ସରକାର ଏହି ସଆରଜେଡ୍ ଜମିର ପୁନଃ ସୀମା ନିର୍ଦ୍ଧାରଣ କରିବେ, ତା ହେଲେ ଏହି ୨ଟି ସ୍ଥାନ ମଧ୍ୟରୁ କଇଥଖୋଲା ପଂଚାୟତରେ ଥିବା ହୃଦୟପ୍ରସାଦ ମୌଜା ସର୍ବୋତ୍ତମ ସ୍ଥାନ ହେବା ସହ ଧାମରା ବନ୍ଦରର ପାଶ୍ୱର୍ବର୍ତ୍ତୀ ସ୍ଥାନ ହେବ । ଏହି ସମସ୍ତ ସିଆରଜେଡ୍ ଜମିର ପୁନଃ ସୀମା ନିର୍ଦ୍ଧାରଣ ପାଇଁ ଭଦ୍ରକ ଜିଲାପାଳ ରାଜ୍ୟ ସରକାରଙ୍କୁ ଜଣାଇବା ସହ କେନ୍ଦ୍ର ସରକାରଙ୍କୁ ଚିଠି କରି ଏହି ସମସ୍ତ ଜମି (ସିଆରଜେଡ୍) ଜୋନ୍ର ପୁନଃ ସୀମା ନିର୍ଦ୍ଧାରଣ କରିବା ପାଇଁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଖୁବ୍ଶୀଘ୍ର ଏହି ଜମି ଚିହ୍ନଟ ପ୍ରକି୍ରୟା ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top