ad
ଜିଲ୍ଲା ପରିକ୍ରମା

ଧାମରା ବିଜେପି ପକ୍ଷରୁ ଧାମରା ବନ୍ଦର ବିରୁଦ୍ଧରେ ୧୯ ତାରିଖ ଆନ୍ଦୋଳନ ଚେତାବନୀ

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର କର୍ତୁପକ୍ଷଙ୍କ ମନମାନୀରେ ଶିକାର ହେଉଛନ୍ତି ଅଂଚଳବାସୀ। ଦିନକୁ ଦିନ ବନ୍ଦର କର୍ତୁପକ୍ଷ ବିସ୍ଥାପିତ ଏବଂ ଜମିହରା ମାନଙ୍କୁ ଠିକ ଭାବରେ କ୍ଷତି ପୂରଣ ନଦେଇ ମାନସିକ ନିର୍ଯ୍ୟାତନା ଦେବା, ବନ୍ଦର ମଧ୍ୟରେ ବହୁ ଗଭୀର ନଳକୂପ ବସାଇ ଲକ୍ଷ ଲକ୍ଷ ଲିଟର ପାଣି ଉତୋଳନ କରିବା ଫଳରେ ଧାମରା ଅଂଚଳରେ ଜଳକଷ୍ଟ ଲାଗି ରହିବା ସହ ଅଧିକାଂଶ ନଳକୂପରୁ ଲୁଣି ପାଣି ବାହାରିବା, ରେଳପଥରେ କୋଇଲା ପରିବହନ ହେଉଥିବା ବେଳେ ବଗି ଗୁଡିକରେ ପାଲ ନ ଢାଙ୍କି କୋଇଲା ପରିବହ କରିବା ଫଳରେ ଅଂଚଳ କୋଇଲା ଗୁଣ୍ଡରେ ପୂର୍ଣ ହେବା, ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ବନ୍ଦର ମଧ୍ୟରେ ନିଯୁକ୍ତି ଦେବା, ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ ବିଭାଗରେ ଖର୍ଚ ହେଉଥିବା ଅନୁଦାନର ବାଟ ମାରଣା ଆଦି ୫ ଦଫା ଦାବି ନେଇ ଧାମରା ବିଜେପି ଏକ ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ବନ୍ଦର କର୍ତୁପକ୍ଷ ତୁରନ୍ତ ଏହି ସମସ୍ତ ଦାବି ଗୁଡିକ ସମାଧାନ କରିବା ସହ ବାଂଶଡା ଠାରେ ବନ୍ଦର ପକ୍ଷରୁ ବସାଯାଇଥିବା ପାଣି ବିଶୋଧନା ଗୃହକୁ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ଦାବି ହୋଇଛି। ଅନ୍ୟ ପକ୍ଷରେ ବନ୍ଦର କର୍ତୁପକ୍ଷ ଜାଣିଶୁଣି ହୀନ ରାଜନୀତି କରିବା ସହ ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ ବିଭାଗରେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ କରୁଛନ୍ତି ବୋଲି କାଗଜ ପତ୍ରରେ ଦର୍ଶାଇଥିବା ବେଳେ ପ୍ରକୃତରେ ଏହି ଅର୍ଥ କୁ କେବଳ ବନ୍ଦର କର୍ତୁପକ୍ଷ ନିଜର ପକେଟ ଭରୁଛନ୍ତି ଏବଂ ଅଂଚଳର ବିକାଶ ନୁହେଁ କେବଳ ବିନାଶ ଦିଗରେ ଖର୍ଚ ହେଉଛି ବୋଲି ଅଭିଯୋଗ ମଧ୍ୟ ହୋଇଛି।ଏହି ପରିପ୍ରେକ୍ଷୀରେ ଆସନ୍ତା ୧୯ ତାରିଖ ଧାମରା ବନ୍ଦର ଆଗରେ ବିଜେପି ତାର ଆନ୍ଦୋଳନ ଜାରୀ ରଖିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜାଗୁଳା ପଂଚାୟତର ସମିତିସଭ୍ୟ ପ୍ରମୋଦ ନାୟକ, ପ୍ରଦ୍ୱୀପ ଚନ୍ଦ୍ର ରାଉତ, ସରୋଜ ଲେଙ୍କା, ବିପିନ ବେହେରା, କାର୍ତିକ ଗୁଡିଆ, ରୁଦ୍ର ପ୍ରଶନ ନାୟକ, ଭରତ ସାହୁ, ସୁକୁମାର ଦାସ, ଅଞନ ଦାସ, ଚିନ୍ତାମଣୀ ଭଳ, ବିନ୍ଦୁ ସାଗର ଦାସ, ତାପସ ନାୟକ, ବାପୁନି ମାଝୀ, ରାଜେଶ ବେହେରା, ଦେବାଶୀଷ ବେହୁରା, ରାଜେଶ ବାରିକଙ୍କ ସମେତ ଶତାଧିକ ବିଜେପି କର୍ମୀ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ବନ୍ଦରର ଭିପି ରାଜନୈତିକ ଦଳ ମଧ୍ୟରେ ପାତର ଅନ୍ତର ନୀତିର କଡା ସମାଲୋଚନା ହୋଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top