ଓଡ଼ିଶା

ଧାମରା ବନ୍ଦର ପରିସରରେ ଚାଲିଥିବା ଇଂଜିନିୟରଙ୍କ ଧାରଣା ପ୍ରତ୍ୟାହୃତ

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଧାମରା ବନ୍ଦରରେ ୨ଦିନ ଧରି ଚାଲିଥିବା ଧାମରା ପୋର୍ଟ ଇଂଜିର୍ନିର୍ସ ଆଣ୍ଡ ଏମ୍ପ୍ଲୋଇଜ ଆସୋସିଏସନର ଗଣ ଧାରଣା ଆଜିପ୍ରତ୍ୟାହୃତ ହୋଇଛି। ଗତକାଲି ଧାମରା ବନ୍ଦର ଆଗରେ ବିଏମଏସ ଏବଂ ଧାମରା ବନ୍ଦର ଯନ୍ତ୍ରୀ ଓ କର୍ମଚାରୀ ମାନେ ୧୦ଦଫା ଦାବି ନେଇ ଧାରଣାରେ ବସିଥିଲେ। ଆଜି ଅପରାହ୍ନ ୫ଟା ସମୟରେ ଚାନ୍ଦବାଲି ଏସଡିପିଓ ତରୁଣ କୁମାର ଦାସ, ଚାନ୍ଦବାଲି ଅତିରିକ୍ତ ତହସିଲଦାର ରଶ୍ମି ରଞ୍ଜନ ନାୟକ, ଧାମରା ବନ୍ଦର ମାନବ ସମ୍ଭଳ ବିଭାଗର ମିହିର କର ଧାମରା ବନ୍ଦର ସହ ସଭାପତିଙ୍କ ନିର୍ଦ୍ଦେଶରେ ଆସି ଏହି ସଂଘ ସହ ଆଲୋଚନା କରିଥିଲେ। ଆଗାମୀ ୭ ଦିନ ମଧ୍ୟରେ ଧାମରା ବନ୍ଦର ପରିସରରେ ଧାମରା ବନ୍ଦର ଯନ୍ତ୍ରୀ ଏବଂ କର୍ମଚାରୀ ସଂଘ ଓ ଭାରତୀୟ ମଜଦୁର ସଂଘ, ଆଦାନୀ କର୍ତ୍ତୃପକ୍ଷଙ୍କ ସହ ମିଳିତ ଆଲୋଚନା କରିବେ। ଏହି ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ସମସ୍ତ କଥା ସମ୍ଭବ ହେବ ବୋଲି ଭାରତୀୟ ମଜଦୁର ସଂଘ ସୂଚନା ଦେଇଛି। ୧୦ ଦଫା ଦାବି ମଧ୍ୟରୁ ସମସ୍ତ ଦାବି ଧାମରା ବନ୍ଦର ମାନି ନେଉଥିବା ବେଳେ ଧାମରା ବନ୍ଦରରେ କାର୍ଯ୍ୟରତ ଠିକାସଂସ୍ଥା କେବଳ ନିଜର ମନମାନୀ ଏବଂ ଅତ୍ୟଧିକ ଲାଭଖୋର ପ୍ରବୃତି ପାଇଁ ଶ୍ରମିକ ମାନଙ୍କୁ ବଳି ପକାଉଛି। ଏହି ଠିକାଦାର ମାନଙ୍କୁ ଉଛେଦ କରିବାକୁ ଭାରତୀୟ ମଜଦୁର ସଂଘ ଦାବି ଜଣାଇଛି। ଆଜିର ଏହି ଗଣ ଧାରଣାରେ ଇଂଜିନିୟର୍ସ ସଂଘର ସଭାପତି ଶାନ୍ତନୁ ମହାପାତ୍ର, ବିଏମ୍ଏସ୍ ଜିଲ୍ଲା ସଂପାଦକ ମନୋଜ ବସନ୍ତ ରାୟ, ସାଙ୍ଗଠନିକ ସଂପାଦକ ମୁକ୍ତିକାନ୍ତ ସାହୁ, ଜିଲ୍ଲା ସହ ସଂପାଦକ ବିଜୟ ମିଶ୍ର, ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା, ବିଜୟ ପ୍ରତାପ ଜେନା, ସପନ ମହାନ୍ତି, ଲାଲମୋହନ ସାହୁ, ଯନ୍ତ୍ରୀ ସଂଘର ସଂପାଦକ ତିବ୍ରତ ବେହେରା, ସହ ସଂପାଦକ ଦେବକାନ୍ତ ପରିଡା, ଜନ୍ମେଜୟ ସାହୁ, ସହ ସଭାପତି ସୁଧୀର ରଞ୍ଜନ ପଟ୍ଟନାୟକ, ରୂପକ ନାୟକ, ଅମ୍ରିତ ଆନନ୍ଦ ସିଂ, ସତ୍ୟଶୋଭନ ମଲିକ, ଦୁଷ୍ମନ୍ତ ବରାଳ, ସନ୍ତୋଷ କୁମାର ସାହୁ, ରଞ୍ଜନ ମହାନ୍ତିଙ୍କ ସମେତ ଶତାଧିକ କର୍ମଚାରୀ ଏହି ଧାରଣାରେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top