ଧାମରା ବନ୍ଦର ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ୧୦୦୦ ରୁ ଊଦ୍ଧ୍ୱର୍ ରୋଗୀ ଚିକିତ୍ସିତ ଓ ଔଷଧ ବିତରଣ

ଭଦ୍ରକ, ୧୬ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି କଇଥଖୋଲା ପଂଚାୟତର କଚେରୀ ପଡ଼ିଆଠାରେ ଆଦାନୀ ଫାଉଣ୍ଡେସନ ଓ ଜିଲା ସ୍ୱାସ୍ଥ୍ୟ ମିଶନର ମିଳିତ ସହଯୋଗରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ଭଦ୍ରକ ଲୋକସଭା ସାଂସଦ  ଅର୍ଜୁନ ଚରଣ ସେଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ, ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ସୁବ୍ରତ ତି୍ରପାଠୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେଇ ଆଦାନୀ ଧାମରା ପୋର୍ଟ ଦ୍ୱାରା ଆୟୋଜିତ ଏହି ଶିବିରରେ ବହୁ ଅଭିଜ୍ଞତା ସମ୍ପନ୍ନ ଡାକ୍ତର ଓ ବିଶେଷଜ୍ଞ ଯୋଗଦେଇ ଗ୍ରାମବାସୀଙ୍କ ରୋଗ ଚିହ୍ନଟ କରିବା ସହ ବିନାମୂଲ୍ୟରେ ଔଷଧ ବିତରଣ କରିଥିଲେ । ଏହି ଶିବିରରେ ବିଶେଷ କରି ଭେଷଜ, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ, ଚକ୍ଷୁ ଇତ୍ୟାଦି ରୋଗର ଚିକିତ୍ସା କରାଯାଇଥିଲା ।  ଏହି ଅପହଂଚ ଗ୍ରାମବାସୀଙ୍କୁ କିପରି ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ତାହାକୁ ଲକ୍ଷ୍ୟ ରଖି ଆଦାନୀ ଫାଉଣ୍ଡେସନ ଏବଂ ଜିଲା ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସମୟ ସମୟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି ସ୍ୱାସ୍ଥ୍ୟ ଶିବିରର କିଛିଦିନ ପୂର୍ବରୁ ଲିଫ୍ଲେଟ୍,ପୋଷ୍ଟର ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଗ୍ରାମବାସୀଙ୍କୁ ଏହି ସ୍ୱାସ୍ଥ୍ୟ ଶିବିରରୁ କିପରି ଉପକୃତ ହୋଇପାରିବେ ସେ ବିଷୟରେ ସୂଚିତ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିର ଯୋଗୁ ଆଖପାଖ ପଂଚାୟତ ପ୍ରାୟ ୮-୧୦ ଗ୍ରାମର ୧୦୦୦ ରୁଊଦ୍ଧ୍ୱର୍ ରୋଗୀ ଚିକିତ୍ସିତ ହୋଇଥିଲେ । ଏହି ଅବସରରେ ଧାମରା ପୋର୍ଟ ସିଇଓ ଶ୍ରୀ ତି୍ରପାଠୀ କହିଥିଲେ ଯେ, “ଅପହଂଚ ଇଲାକାରେ ଉତମ ସ୍ୱାସ୍ଥ୍ୟ ସେବା ପହଂଚାଇବା ପାଇଁ ଆମେ ନିରନ୍ତର ଭାବେ ଉଦ୍ୟମ କରୁଛୁ ।” ଆଦାନୀ ଫାଉଣ୍ଡେସନ ତରଫରୁ ଆୟୋଜିତ ହୋଇଥିବା ଏହି ସ୍ୱାସ୍ଥ୍ୟ ଶିବିରକୁ ଜନସାଧାରଣ, ବୁଦ୍ଧିଜୀବୀ, ସ୍ଥାନୀୟ ନେତା ବହୁ ପ୍ରଂଶସା କରିଥିଲେ । ଏହି ଶିବିର କୁ ଧାମରା ପୋର୍ଟର ସିଇଓ ଶ୍ରୀ ତି୍ରିପାଠୀ, ପୋର୍ଟ ଉପସଭାପତି ଜଗତ୍ ପରିଜା ଏବଂ ବିଭିନ୍ନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ପରିଦର୍ଶନ କରିଥିଲେ । ଶ୍ରୀ ତି୍ରପାଠୀ ଏଠାରେ ଉପସ୍ଥିତ ଥିବା ରୋଗୀ ଓ ଡାକ୍ତରମାନଙ୍କ ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ଏହିପରି ଭବିଷ୍ୟତରେ ଅଧିକରୁ ଅଧିକ କିପରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ପାରିବ ଏବଂ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରୁ ଉପକୃତ ହୋଇପାରିବେ ଉପସ୍ଥିତ ଥିବା ବୁଦ୍ଧିଜୀବୀ, ନେତା ଓ ଯୁବବର୍ଗଙ୍କ ସହିତ ଆଲୋଚନା କରିଥିଲେ ।  ଉଦ୍ଘାଟନ ସମୟରେ ଭଦ୍ରକ ଉପଜିଲାପାଳ ଶ୍ରୀ ନରୋତମ ବେହେରା, ଧାମରା ପୋର୍ଟ ଭୂଅର୍ଜନ ଅଧିକାରୀ ସୂର୍ଯ୍ୟକାନ୍ତ ପାଢୀ,  ସିଏସ୍ଆର୍ ହେଡ଼୍ ସୁବାଷ ରାୟ, ଡେପୁଟୀ ମ୍ୟାନେଜର କର୍ପୋରେଟ କମୁ୍ୟନିକେସନ ସୁବାଶିଷ ମିଶ୍ର, କଇଥଖୋଲା ସରପଂଚ ଅଶୋକ ସେଠୀ, ରଞ୍ଜନ ସାହୁ, ମୁଜୀବର ଅଲ୍ଲୀ, ପରୀକ୍ଷିତ ଦାସ, ବନବିହାରୀ ମାଇତି, ଅମୀୟ ମହାପାତ୍ର, ସୁରେଶ ମାହୁନ୍ତ, ଅଶୋକ ଜେନା, ନରେନ୍ଦ୍ର ମାଇତି, ପ୍ରଦୀପ ବେହେରାଆଦି ବହୁ ଯୁବନେତା ଉପସ୍ଥିତ ଥିଲେ ।  ଏହି ସ୍ୱାସ୍ଥ୍ୟ ଶିବିରରେ ଡଃ ମିନକେତନ ମହାନ୍ତି, ଡଃ ନିଳକଣ୍ଠ ଦେ, ଡଃ ପ୍ରଦୀପ କୁମାର ରଥ, ଡଃ ଆର୍ଯ୍ୟ ନାରାୟଣ ମିଶ୍ର, ଡଃ ଗୟାଧର ସାହୁ, ଡଃ ଅମରେନ୍ଦ୍ର ଜେନା, ଡଃ ସନ୍ତୋଷ କୁମାର ସିଂ, ଡଃ ବସନ୍ତ କୁମାର ସାହୁ, ଡଃ ମିହିର କୁମାର ନାୟକ, ଫାର୍ମାସିଷ୍ଟ ସତ୍ୟବ୍ରତ ମହାଳିକ, ଫାର୍ମାସିଷ୍ଟ ପ୍ରଭାତ କୁମାର ଧୁପାଳ, ଫାର୍ମାସିଷ୍ଟ ମନୋଜ କୁମାର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *