ଧାମରା ବନ୍ଦର ତରଫରୁ ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚଳିତ ଜାନୁୟାରୀ ମାସ ୧୧ ତାରିଖରୁ ଆରମ୍ଭ ହୋଇଥିବା ୨୯ତମ ସଡ଼କ ସୁରକ୍ଷା ସପ୍ତାହ ଧାମରା ବନ୍ଦର ତରଫରୁ ଧାମରା ବନ୍ଦର ପରିସରଏବଂ ପାଶ୍ୱବର୍ତ୍ତୀ ଏହାର ଅଂଚଳରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି। ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୧୭ ପର୍ଯ୍ୟନ୍ତ ଚାଲିଥିବାଏହି ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବନ୍ଦର କମ୍ପାନୀ ତରଫରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଯେପରିକି ସୁରକ୍ଷା ଶପଥ, ରାଲି, ମାରାଥନ, ସୁରକ୍ଷା ସମ୍ବନ୍ଧୀୟ ନାଟକ ଆଦି ପରିବେଷଣ କରାଯିବା ସହିତ ସୁରକ୍ଷା ନିୟମ ଅବଲମ୍ବନ କରିଥିବା ବିଭିନ୍ନ ଅନୁଷ୍ଠାନର କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସଡ଼କ ସୁରକ୍ଷା ସପ୍ତାହରେ ଡ୍ରାଇଭରମାନଙ୍କ ପାଇଁ ବନ୍ଦର ମଧ୍ୟରେ ଯାତାୟାତ କରୁଥିବା ଭାରିଯାନ ଚାଳନାର ପଦ୍ଧତିଉପରେ ଏକ ତାଲିମ କାର୍ଯ୍ୟକ୍ରମ ଓ ଚକ୍ଷୁ ପରୀକ୍ଷା ସହ ଉଚ୍ଚ ରକ୍ତଚାପ, ମଧୁମେହ ରୋଗର ପରୀକ୍ଷା କରାଯାଇଥିଲା। ବନ୍ଦର ମଧ୍ୟରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ନେଇଏକ କ୍ୱିଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲାା ଉକ୍ତ ସପ୍ତାହରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଜିର ଉଦ୍ୟାପନୀ ଦିବସରେ କମ୍ପାନୀର କାର୍ଯ୍ୟ ପରିଚାଳନା ଅଧିକାରୀ (ସିଓଓ) ସୁଦୀପ ଦାସଗୁପ୍ତା, କର୍ପୋରେଟ ଆଫାୟାର୍ସ ମୁଖ୍ୟମିଥି ମେହେଟା ଯୋଗଦେଇ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

Leave a Reply

Your email address will not be published. Required fields are marked *