ଜିଲ୍ଲା ପରିକ୍ରମା

ଧାମରା ବନ୍ଦର କନଭେୟର ବେଲ୍ଟରେ ଅଗ୍ନିକାଣ୍ଡ

ଭଦ୍ରକ, ୨୩ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ସକାଳେ ଧାମରା ବନ୍ଦର ପରିସର ଏକ ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛି । ତେବେ ପ୍ରାପ୍ତ ଖବରରୁ ଯାହା ଜଣାଯାଏ ସକାଳ ପ୍ରାୟ  ୯ ଟା ସମୟରେ ଧାମରା ବନ୍ଦରର ଏକ କନଭେୟର ବେଲ୍ଟରେ ଅଗ୍ନିକାଣ୍ଡ ଘଟି ସାମାନ୍ୟ କ୍ଷତି ହୋଇଥିଲା ।  ମାତ୍ର ବନ୍ଦର କର୍ତ୍ତୃପକ୍ଷଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ  ବିନା କ୍ଷୟକ୍ଷତିରେ ଏକ ବଡ ଧରଣର ଅଗ୍ନିକାଣ୍ଡକୁ ରୋକାଯାଇପାରିଥିଲା ।  ନିଆଁକୁ ତୁରନ୍ତ ଆୟତ୍ତକୁ ଅଣାଯାଇଥିଲେ ମଧ୍ୟ ଏଭଳି ନିଆଁ ଲାଗିବାର କାରଣ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରିନାହିଁ । ମାତ୍ର ବନ୍ଦର କର୍ତୃପକ୍ଷ ଅନୁସନ୍ଧାନ ଜାରୀ ରଖିଛନ୍ତି ।  ଏପରି ଜରୁରୀ କାଳୀନ ପରିସ୍ଥିତିକୁ ଦକ୍ଷତାର ସହ ପରିଚାଳନା କରିବା ନିମନ୍ତେ, ଆଦାନୀଗ୍ରୁପ ବ୍ୟବସାୟିକ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଦିଗରେ ଉଚ୍ଚମାନର ନିୟାମକ ମାନଦଣ୍ଡ ଗ୍ରହଣ କରିଆସୁଥିବାରୁ ଆଜିର ଏହି ଆଶୁ ଭୟାବହ ଅଗ୍ନିକାଣ୍ଡକୁ ରୋକାଯାଇପାରିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top