ଜିଲ୍ଲା ପରିକ୍ରମା

ଧାମରା ବନ୍ଦରରେ ଗଣତନ୍ତ୍ର ଦିବସ ପାଳିତ

ଭଦ୍ରକ, ୨୭ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଚଳିତ ବର୍ଷ ସମଗ୍ର ଭାରତରେ ୬୯ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ଏହି ଅବସରରେ  ପ୍ରାତଃ ୯ ଟା ସମୟରେ ଧାମରା ବନ୍ଦର ତରଫରୁ ଗଣତନ୍ତ୍ର ଦିବସ ଅବସରରେ କଂପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ତି୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ସୁରକ୍ଷା ବିଭାଗ ତରଫରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଊଦ୍ଧ୍ୱର୍ କର୍ମଚାରୀ ମିଳିତ ପ୍ୟାରେଡ଼ରେ ଯୋଗ ଦେଇଥିଲେ । ବିଶେଷ କରି ଅଗ୍ନିଶମ ବିଭାଗ ଓ ସୁରକ୍ଷା ବାହିନୀଙ୍କର କଳା କୌଶଳ ପ୍ରଦର୍ଶନ ଚମକପ୍ରଦ ଥିଲା । ଶ୍ରୀ ତି୍ରପାଠୀ ଏବଂ ବନ୍ଦରର ଅନ୍ୟ ଅଧିକାରୀମାନେ ଶହୀଦ ଯବାନମାନଙ୍କ ଉଦେ୍ଦଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗଣତନ୍ତ୍ରକୁ ମନେ ପକାଇବାକୁ ଯାଇ ସ୍ଥାନୀୟ ଛାତ୍ରଛାତ୍ରୀ, ମହିଳାମାନେ ବିଭିନ୍ନ ଦେଶତ୍ମାବୋଧ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ସୁରକ୍ଷା ବିଭାଗ ଦ୍ୱାରା ବିଶୃଙ୍ଖଳା ଓ ଦଙ୍ଗା ସମୟରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ସୁରକ୍ଷା ଉପକରଣ ପ୍ରଦର୍ଶନ କରାଯାଇଥିଲା ଏବଂ ଏହାର ଚାଳନା ପଦ୍ଧତି ଉପରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସବିଶେଷ ତଥ୍ୟ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବନ୍ଦର ସୁରକ୍ଷା ବିଭାଗ ଯବାନମାନଙ୍କ ତରଫରୁ ସାହସିକତାର ସହିତ ମାର୍ଶଲ ଆର୍ଟ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୬୦୦ ରୁ ଊଦ୍ଧ୍ୱର୍ ବନ୍ଦର ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଧାମରା ବନ୍ଦର ସୁରକ୍ଷା ବିଭାଗ ତରଫରୁ ସୂଚରାରୂପେ ପରିଚାଳନା କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top