ଧାମରା ପୋର୍ଟ ଦ୍ୱାରା ୯ ମତ୍ସ୍ୟଜୀବୀ ଉଦ୍ଧାର

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସ୍ଥାନୀୟ ସାମୁଦ୍ରିକ ଥାନା ଅନ୍ତର୍ଗତ ଚୂଡ଼ାମଣି ଗ୍ରାମର ମାଁ ସର୍ବମଙ୍ଗଳା ବୋଟରେ ମାଛ ଧରିବା ନିମନ୍ତେ ସମୁଦ୍ରକୁ ଯାଇଥିବାବେଳେ ବୋଟର ଇଞ୍ଜିନ ହଠାତ୍ ବନ୍ଦ ହୋଇ ଯାଇଥିଲା। ଅଶାନ୍ତ ସମୁଦ୍ର ଭିତରେ ଦିଗହରା ହୋଇ ଜୀବନ ସହ ସଂଘର୍ଷ କରୁଥିବା ଖବର ପାଇ ତତ୍ପରତା ସହିତ ଧାମରା ବନ୍ଦରର ଏକ ଦଳ ବୈତରଣୀ ନାମକ ଏକ ଟଗ୍ବୋଟ ସାହାଯ୍ୟରେ ଉଦ୍ଧାର କରିଥିଲେ। ସମୁଦ୍ର ଅଶାନ୍ତ ଥିବାଯୋଗୁ ଅର୍ଦ୍ଧରାତିରେ ପ୍ରାୟ ୨ ଘଂଟା ଅନୁସନ୍ଧାନ କାର୍ଯ୍ୟ ଚାଲୁରଖିବା ପରେ ମା’ ସର୍ବମଙ୍ଗଳା ବୋଟଟିକୁ ଠାବ କରାଯାଇ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି। ପ୍ରଶାସନ ଓ ଧାମରା ବନ୍ଦରର ମିଳିତ ଉଦ୍ୟମରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ମତ୍ସ୍ୟଜୀବୀମାନେ ହେଲେ ଶିଶିର କୁମାର ମଲିକ, ବଂଶୀଧର ମଳିକ, ରାଜେନ୍ଦ୍ର ମଳିକ, ସିନ୍ଧୁ ମଳିକ, ଅଭିମନ୍ୟୁ ମଳିକ, ମାୟାଧର ମଳିକ, ବିମ୍ବାଧର ମଳିକ, ପୂର୍ଣ୍ଣଚନ୍ଦ୍ର ଦାସ, ଜଳଧର ମଳିକ, ନନ୍ଦ ମଳିକ। ନିକଟରେ ବାଲେଶ୍ୱର ଜିଲାର କଷା‘ଳସ୍ଥିତ ହ୍ୱିଲର ଦ୍ୱୀପର ନିକଟବର୍ତ୍ତୀ ଅଂଚଳରେ ଡଙ୍ଗାବୁଡି ଘଟଣାରେ ଉଦ୍ଧାର ନିମିତ୍ତ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେଇଥିଲା।

Leave a Reply

Your email address will not be published. Required fields are marked *