ଜିଲ୍ଲା ପରିକ୍ରମା

ଧାମରା ପୋର୍ଟରେ ଇସ୍ପାତ କାରବାର ଆରମ୍ଭ

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଟାଟାଷ୍ଟିଲ୍, କଳିଙ୍ଗନଗର ଠାରୁ ରେଳପଥରେ ଷ୍ଟିଲ କଏଲ୍ ର ପ୍ରଥମ ର୍ୟାକ୍ ଆସିବା ପରେ ଧାମରା ପୋର୍ଟରେ ଇସ୍ପାତ କାରବାରର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆନୁମାନିକ ୬୦୦୦ ମେଟ୍ରିକ ଟନ୍ର ଷ୍ଟିଲ କଏଲ୍ ଆସିଛି ବୋଲି ବନ୍ଦର କର୍ତୃପକ୍ଷ ସୂଚନା ଦେଇଛନ୍ତି  । ଏହାସହିତ ଧାମରାପୋର୍ଟ ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଓଡିଶା ତଥା ପାଶ୍ୱବର୍ତୀ ରାଜ୍ୟ ଗୁଡିକରେ ଥିବା ଇସ୍ପାତ ଶିଳ୍ପ ଯଥା ଟାଟାଷ୍ଟିଲ, ଗେଲ, ଜେଏସପିଏଲ୍, ଭୂଷଣଷ୍ଟିଲ ଏବଂ ଜେଏସଡବ୍ଲ୍ୟୁ ଆଦି କମ୍ପାନୀ ଗୁଡ଼ିକ ସୁବିଧାରେ ଇସ୍ପାତ କାରବାର ଆରମ୍ଭ କରିପାରିବେ । ନୌବାଣିଜ୍ୟ ମାଧ୍ୟମରେ ଦକ୍ଷିଣ ଏବଂ ପଶ୍ଚିମ ଭାରତକୁ ଅର୍ନ୍ତଦେଶୀୟ ଇସ୍ପାତମାଲ ପରିବହନ କରିବା ପାଇଁ ଏକ ନୂତନ ପଥ ଉନ୍ମୁକ୍ତ ହୋଇଛି । ଆସିଆନ ରାଷ୍ଟ୍ର ସମୂହ ସହ ଦକ୍ଷିଣ ପୂର୍ବଏବଂ ଦକ୍ଷିଣଏସିଆ ରାଷ୍ଟ୍ରମାନେ ଭାରତରେ ଅନ୍ତଃପ୍ରବେଶ ନିମନ୍ତେ ଏକ ନୂତନ ବନ୍ଦର ପାଇପାରିଛନ୍ତି । ନିକଟରେ ଚଳିତ ଅପ୍ରେଲମାସ ୭ ତାରିଖରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଦକ୍ଷିଣ ଏସିଆଏବଂ ଆସିଆନ ବଜାରଗୁଡିକ ନିମନ୍ତେ ଧାମରା ପୋର୍ଟ ଏକ ପ୍ରବେଶ ପଥ ହେବବୋଲି ଗୁରୁତ୍ୱାରୋପ କରିଥିଲେ  । ଏଠାରେ ଉଲ୍ଲେଖଯୋଗ୍ୟ, ନିକଟରେ ଧାମରା ଏଲ୍ଏନ୍ଜି ଟର୍ମିନାଲ ପାଇଁ ଆଦାନୀ ପୋର୍ଟସ୍ ଓ ଭାରତୀୟ ତୈଳ ନିଗମ ମଧ୍ୟରେ ଏକ ଦୀର୍ଘ ମିଆଦୀ ପୁନଃ ବାଷ୍ପୀକରଣ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ପ୍ରସ୍ତାବିତ ଧାମରା ଏଲ୍ଏନ୍ଜି ଆମଦାନୀ ଟର୍ମିନାଲଟି ପ୍ରାରମ୍ଭିକ ଭାବେ ୫ ଏମ୍ଟିପିଏ କ୍ଷମତା ବିଶିଷ୍ଟ ନିର୍ମାଣ କରାଯିବାର ଯୋଜନା କରାଯାଇଛି, ଯାହାକି ୧୦ ଏମ୍ଟିପିଏ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ । ଏଥିରେ ୨ଟି ୧୮୦,୦୦୦ ଏମ୍କ୍ୱୁ୍ୟ (ମ୩) କ୍ଷମତା ବିଶିଷ୍ଟ ଟ୍ୟାଙ୍କ ରହିବ । ଏହା ଭାରତର ପ୍ରଥମ ତଥା ଏବଂତାମିଲନାଡ଼ୁରେ ଥିବାଭାରତୀୟ ତୈଳ ନିଗମର ଏନୋର ଟର୍ମିନାଲ ପରେ ପୂର୍ବତଟରେ ଦ୍ୱିତୀୟ ଏଲ୍ଏନ୍ଜି ଟର୍ମିନାଲ ଅଟେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top