ad
ଜିଲ୍ଲା ପରିକ୍ରମା

ଧାମରା ପଂଚାୟତ ପିଠା କାର୍ଯ୍ୟକ୍ରମରେ ବ୍ଲକରେ ଶ୍ରେଷ୍ଠ ପଂଚାୟତ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ପଂଚାୟତ ଚାନ୍ଦବାଲି ବ୍ଲକରେ ଶ୍ରେଷ୍ଠ ପଂଚାୟତର ମାନ୍ୟତା ପାଇଛି। ଏହି ଶ୍ରେଷ୍ଠ ମାନ୍ୟତା କେବଳ ପିଠା କାର୍ଯ୍ୟକ୍ରମ ପାଇଁ ଉପଲବ୍ଧ।ଚାନ୍ଦବାଲି ବ୍ଲକରେ ଥିବା ୩୯ଟି ପଂଚାୟତ ମଧ୍ୟରୁ ଧାମରା ପଂଚାୟତ ଶ୍ରେଷ୍ଠ ପଂଚାୟତର ମାନ୍ୟତା ପାଇଥିବା ବେଳେ ଏଥିପାଇଁ ୫ଲକ୍ଷ ଟଙ୍କା ଅନୁଦାନ ମିଳିବା ସହ ମିଶନ ଶକ୍ତି ଗୃହ, ପଂଚାୟତରେ ଗାଧୁଆ ଘର, ସଭା ଗୃହ ପାଇଁ ଦରକାର ଥିବା କୋଠାଘର ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ତରଫରୁ ଆସନ୍ତା ୨୬ ତାରିଖ ରେ ଧାମରା ପଂଚାୟତ ସରପଂଚ ପ୍ରିୟରଞନ ଜେନା ଏହି ପୁରସ୍କାର ଗ୍ରହଣ କରିବେ ବୋଲି ପଂଚାୟତି ରାଜ ବିଭାଗ ତରଫରୁ ଆସିଥିବା ଚିଠିରେ ଉଲ୍ଲେଖ ଅଛି। ଧାମରା ପଂଚାୟତ ଏହି ଶ୍ରେଷ୍ଠ ପଂଚାୟତର ମାନ୍ୟତା ପାଇଥିବା ବେଳେ ଏହାର ଶ୍ରେୟ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଦିଆଯିବା ଦରକାର ବୋଲି ଧାମରା ସରପଂଚ ଏବଂ ସମିତି ସଭ୍ୟା ତଥା ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷା ନିଜର ମତ ରଖିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top