ଜିଲ୍ଲା ପରିକ୍ରମା

ଧାମରାରେ ମର୍ମ୍ମନ୍ତୁଦ ସଡକ ଦୁର୍ଘଟଣା : ବସ୍ ଚାଳକ ବଂଚାଇଲେ ୫୦ଯାତ୍ରୀଙ୍କୁ,୩୦ ଆହତ,୩ଗୁରୁତ୍ୱରଙ୍କୁ କଟକ ସ୍ଥାନାନ୍ତରିତ

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କୁଆମରା ଠାରେ ଏକ ମର୍ମ୍ମନ୍ତୁଦ ସଡକ ଦୁର୍ଘଟଣାରେ ବସ ଚାଳକ ନିଜେ ଗୁରୁତ୍ୱର ଆହତ ହୋଇ ୫୦ଜଣ ଯାତ୍ରୀଙ୍କୁ ବଂଚାଇଛନ୍ତି । ସେମାନଙ୍କ ମଧ୍ୟରୁ ବସ ଚାଳକ କୁ ଲଗାଇ ୩ଜଣ ଗୁରୁତ୍ୱର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ୩୦ଜଣ ଯାତ୍ରୀ ଙ୍କ ମଧ୍ୟରୁ ୧୦ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଥିବା ବେଳେ ୨୦ଜଣ ବର୍ତମାନ ସୁଦ୍ଧା ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଜି ଭୋର ୫ଟା ସମୟରେ ଧାମରାରୁ କଟକ ଅଭିମୁଖେ ଯାଉଥିବା ଜୁଗୁନ ବସ( ଓଆର୨୨ବି୦୮୧୭ ) କୁ କୁଆମରା ଡିଏଭି ବିଦ୍ୟାଳୟ ନିକଟରେ ଭଦ୍ରକରୁ ଏକ ଚିପସ ବୋଝେଇ ହୋଇ ଆସୁଥିବା ଟ୍ରକ (ଓଆର ୨୨ଓ୩୬୮୭)ଟି ସାମନା ପଟରୁ ମାଡ କରିବା ସହ ୨୦ଫୁଟ ପର୍ଯ୍ୟନ୍ତ ଏହି ବସକୁ ଘୋଷାରି ଘୋଷାରି ଆଣିଥିଲା ।ବସ ଚାଳକ ପ୍ରଶାନ୍ତ କୁମାର ଦାସ ନିଜେ ସଂପୂର୍ଣ ଆଘାତ ପାଇବା ସହ ନିଜର ୨ଟି ଗୋଡଭାଙ୍ଗି ଯାଇଥିଲେ ମଧ୍ୟ ବହୁ କଷ୍ଟରେ ବସକୁ ନିଜ ନିୟନ୍ତ୍ରଣରେ ରଖିଥିଲେ । ମାଡ କରିଥିବା ଟ୍ରକର ଚାଳକ ଏହି ବସଟିକୁ ୨୦ଫୁଟ ପର୍ଯ୍ୟନ୍ତ ଘୋଷାରି ଆଣିବା ପରେ ଟ୍ରକର ଚାଳକ ନିଜ ନିୟନ୍ତ୍ରଣ ହରାଇଥିଲା ।ଫଳରେ  ଟ୍ରକଟି ରାସ୍ତା ତଳକୁ ଗଡି ଯାଇ ଓଲଟି ପଡିଥିଲା । ବସରେ ଥିବା ୫୦ଜଣ ଯାତ୍ରୀ ମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ୧୦ଜଣ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦେଇଥିବା ବେଳେ ୨୦ଜଣ ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେମାନଙ୍କୁ ଭଦ୍ରକ ମେଡିକାଲକୁ ପଠାଇ ଦିଆଯାଇଥିଲା । ବସର ଚାଳକ ପ୍ରଶାନ୍ତ ଦାସଙ୍କ ଡାହାଣ ଗୋଡଟି ସଂପୂର୍ଣ ଭାଙ୍ଗି ଯାଇଥିବା ବେଳେ ବାମ ଗୋଡଟି ମଧ୍ୟ ଭାଙ୍ଗି ଯାଇଛି ।ଚାଳକଙ୍କ ସହ ଆଉ ୨ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି  ।ଜୁଗନୁ ବସରେ ଯାତ୍ରା କରୁଥିବା ଜଗନ୍ନାଥ ପାତ୍ର ଙ୍କ ନିକଟରୁ ପ୍ରକାଶ ଟ୍ରକର ଚାଳକ ସାମନା ପଟରୁ ବସଟିକୁ ମାଡ କରିଥିବା ବେଳେ ବସର ଚାଳକ ନିଜର ୨ଟି ଗୋଡ ଭାଙ୍ଗିଯାଇଥିବା ବେଳେ ବହୁ ସାହସର ସହ ସମସ୍ତ ଯାତ୍ରୀ ମାନଙ୍କୁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି । ବସର ଚାଳକ ବସଟିକୁ  ନିଜ ନିୟନ୍ତ୍ରଣ ରଖି ନଥିଲେ ବସଟି ନିଶ୍ଚୟ ଭାବରେ ୨୦ଫୁଟ ରାସ୍ତା ତଳକୁ ଓଲଟି ପଡିଥାନ୍ତା ଫଳରେ ବସରେ ଥିବା ୫୦ଯାତ୍ରୀ ନିଶ୍ଚୟ ମୃତ୍ୟୁ ମୁଖରେ ପଡିଥାନ୍ତେ ।ଘଟଣା ଭୋର ୫ଟାରେ ଘଟିଥିବା ବେଳେ ବସଟି ରାସ୍ତା ଉପରେ ରହିଥିବାରୁ ବାସୁଦେବପୁର-ଧାମରା ରାସ୍ତା ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିଲା । ପରେ ଧାମରା ବନ୍ଦରରୁ ଏକ ହାଇଡ୍ରା ଯାଇ ବସଟିକୁ ସ୍ଥାନାନ୍ତରିତ କରିବା ପରେଏହି  ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top