ଓଡ଼ିଶା

ଧାମରାରେ ଭାରତ ବନ୍ଦ ଡାକରା ସଫଳ

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୁଲ୍ୟ ବୃଦ୍ଧିର ପ୍ରତିବାଦରେ ଏଆଇସିସି ତରଫରୁ ଆଜି ଭାରତ ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଭାରତ ବନ୍ଦ ଡାକରାକୁ ସଫଳ କରିଛନ୍ତି। ଆଜି ସକାଳ ୯ଟା ସମୟରେ ଚାନ୍ଦବାଲି ବ୍ଲକ ସଭାପତି ଦିଗମ୍ବର ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସକର୍ମୀ ମୋଟର ସାଇକେଲ ରାଲିରେ ଧାମରା ବଜାର ରୁ ବାହାରି ବାଂଶଡା, ଧାମରା, ଜାଗୁଳା, କଇଥଖୋଲା, କରଞମାଳ କରଣପଲ୍ଲୀ, ପଂଚୁଟିକ୍ରି, ଦୋସିଙ୍ଗା ପଂଚାୟତ ଦେଇ ଧାମରା ବନ୍ଦର ଗେଟ ଆଗରେ ପହଂଚିଥିଲେ। ସେଠାରେ କଂଗ୍ରେସ ଦଳ ତରଫରୁ ପିକେଟିଂ କରିବା ସହ ମୋଦି ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ମାନ ଦେବା ସହ ମୋଦି ସରକାରଙ୍କ ବିଫଳତାକୁ ଦର୍ଶାଇଥିଲେ। ଆଜିର ଏହି ବନ୍ଦକୁ ସମସ୍ତ ଜନସାଧାରଣ ସମର୍ଥନ କରିଥିବାରୁ ଧାମରା ଅଂଚଳରେ ଥିବା ବାଂଶଡା ଫେରିଘାଟ, ଚୌଧୁରୀ ଫେରିଘାଟ, ହବାଳି ଫେରିଘାଟ ସହ ଆନ୍ତଜିଲ୍ଲା କାଳିନାଳୀ ଫେରିଘାଟ, ଧାମରା ଅଂଚଳରେ ଥିବା ସମସ୍ତ ରାଷ୍ଟ୍ରାୟତ ଏବଂ ପ୍ରାଇଭେଟ ବ୍ୟାଙ୍କ, ଅତିରିକ୍ତ ତହସିଲଦାର ତଥା ଆର ଆଇଙ୍କ ଅଫିସ, ସମସ୍ତ ପେଟ୍ରୋଲ ପମ୍ପ, ଗ୍ୟାସ ଫିଲିଂ ଷ୍ଟେସନ ଆଦି ବନ୍ଦ ରହିଥିଲା। ଆଜିର ଏହି ଭାରତ ବନ୍ଦରେ ଚାନ୍ଦବାଲି ବ୍ଲକର କଂଗ୍ରେସ ସଭାପତି ଦିଗମ୍ବର ଦାସ, ଜାଗୁଳା ସରପଂଚ ସୁରେଶ ମାହୁନ୍ତ, ଉମେଶ ମହାକୁଡ, ତାରାକାନ୍ତ ସେଠୀ, ମାୟାଧର ପରିଡା, ନିତ୍ୟାନନ୍ଦ ବେହେରା, ଦୁଖ ଜେନା, ସୁବାଶ ବେରା, ବିଜୟ ବେହେରା, ସୁରେଶ ସେଠୀ, ନରେନ୍ଦ୍ର ନାୟକ, ମନୋଜ ମାଝୀ, ବାବୁଲି ସାହୁ, ନରେନ୍ଦ୍ର ମାଇତି, ବିବେକାନନ୍ଦ ଦାସ, ମଦନ ଦିନ୍ଦା, ଅଚିନ୍ତ ବାରିକ, ବାବୁ ବାରିକ, ଶୈଳେନ୍ଦ୍ର ପାତ୍ର, ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଏହି ପିକେଟିଂ ରେ ଯୋଗ ଦେଇଥିଲେ।ଆଜିର ଏହି ଭାରତ ବନ୍ଦ ଡାକରାରେ ଧାମରା, ବାଂଶଡା, କଇଥଖୋଲା, କରଞମାଳ, ପଂଚୁଟିକ୍ରି, କରଣପଲ୍ଲୀ, ଜାଗୁଳା, ଦୋସିଙ୍ଗା ପଂଚାୟତରେ ବନ୍ଦ ଶାନ୍ତିପୂର୍ଣ ଥିଲା। ଶାନ୍ତି ଶୃଙ୍ଖଳା ବ୍ୟାହତ ନହେବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ବେଳେ ବାଂଶଡା ଥାନାଧିକାରୀ ରମେଶ ସିଂ, ଧାମରା ମେରାଇନ ଥାନାଧିକାରିଣୀ ମୋନାଲିସା କରଙ୍କ ନେତୃତ୍ୱରେ ଏବଂ ଚାନ୍ଦବାଲି ଏସଡିପିଓ ତରୁଣ କୁମାର ଦାସଙ୍କ ତତ୍ୱାବଧାନରେ ଧାମରା ଫାଣ୍ଡି, କରଞମାଳ ଫାଣ୍ଡି, ଧାମରା ମେରାଇନ ଏବଂ ବାଂଶଡା ଥାନା ପକ୍ଷରୁ ପୁଲିସ ମୁତୟନ କରାଯିବା ସହ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top