ad
ଜିଲ୍ଲା ପରିକ୍ରମା

ଧାମରାରେ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କରଞମାଳ ଆଂଚଳିକ ସାଧନକେନ୍ଦ୍ର ଅର୍ନ୍ତଗତ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ କଇଥଖୋଲା ଠାରେ ୪ ଦିବସୀୟ ବ୍ଲକ ସ୍ତରୀୟ ଉଜ୍ଜଳ ଓ ଉତଥାନ ପ୍ରଶିକ୍ଷଣ ଶିବିର ଅଣୁଷ୍ଠିତ ହୋଇ ଯାଇଛି।ଆଜିର ଏହି ଶିବିର ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ପ୍ରଣୟ କୁମାର ନାୟକଙ୍କ ତତ୍ୱାବଧାନରେ ଶିବିର ପରିଚାଳକ ସହକାରୀ ବ୍ଲକ ଶିକ୍ଷାଧିକାରୀ ଭୀମସେନ ହୋଙ୍କ ସହାୟତାରେ ଉଦଘାଟନୀ ଉତ୍ସବରେ କରଞମାଳ ସିଆରସିସି ଅନୁପ କୁମାର ଦାସ ସଭାପତିତ୍ୱ କରିଥିଲେ।ଉଦଘାଟନୀ ଉତ୍ସବରେ ପାଇକସାହି ସିଆରସିସି ଅଭିମନ୍ୟୂ ନାୟକ, ଦୋସିଙ୍ଗା ସିଆରସିସି ଧନପତି ମାନ୍ନା, କୁଆମରା ସିଆରସିସି ଗୋରାଚାନ୍ଦ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଉଜ୍ଜଳ ପ୍ରଶିକ୍ଷକ ଭାବରେ ପ୍ରଧାନଶିକ୍ଷକ ଅଜୟ କୁମାର ନାୟକ, ତପନ କୁମାର ସାହୁ ଓ ଦେବାଶିଷ ମୁଦୁଲି ଯୋଗ ଦେଇଥିବା ବେଳେ ଉତଥାନ ପ୍ରଶିକ୍ଷକ ଭାବରେ ମାନସ କୁମାର ପାଢୀ, ରବିନାରାୟଣ ଦାସ, ବଳରାମ ଦାସ ଓ କୃଷ୍ନଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ। ଉଭୟ ପ୍ରଶିକ୍ଷଣ ଶିବିରରେ ୪ଟି ଆଂଚଳିକ ସାଧନ କେନ୍ଦ୍ରରୁ ୯୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ତରୁଣ କୁମାର ଦାସ ଏହି ପ୍ରଶିକ୍ଷଣ ସମସ୍ତ ଛାତ୍ରଛାତ୍ରୀଙ୍କର ସର୍ବନିମ୍ନ ଶିକ୍ଷଣ ଦକ୍ଷତା ହାସଲରେ ସହାୟକ ହେବ ବୋଲି ମତ ରଖିଥିଲେ।ଏହି ଶିବିର ପରିଚାଳନାେ ଶିକ୍ଷକ ଶ୍ରୀଧର ସ୍ୱାଇଁ, ସତ୍ୟନାରାୟଣ ପଣ୍ଡା, ଫକୀର ମୋହନ ମାଇତି, ପ୍ରକାଶ ଚନ୍ଦ୍ର ପୁହାଣ, ପିତାମ୍ବର ପତି ପ୍ରମୁଖ ସହଯୋଗ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top