ଜିଲ୍ଲା ପରିକ୍ରମା

ଧାମରାରେ କୋଇଲା ଚୋରା ଚାଲାଣ କରୁଥିବା ବୋଟ ଜବତ

ଭଦ୍ରକ, ୩ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଧାମରା ପଂଚାୟତ ଅଧିନସ୍ଥ ଚୌଧୁରୀଘାଟ ନିକଟରୁ ବାଂଶଡା ପୁଲିସ ଏକ ଚୋରା କୋଇଲା ଚାଲାଣ କରୁଥିବା ବୋଟକୁ ଜବତ କରିଛି। ଏହି ବୋଟରେ ୩ଶହ ବସ୍ତାରୁ ଅଧିକ କୋଇଲା ଚୋରା ଚାଲାଣ ହେଉଥିବା ଖବର ବାଂଶଡା ପୁଲିସ ପାଇଥିଲା। ଦିନ ୨ଟା ସମୟରେ ଏହି ବୋଟକୁ ଚୌଧୁରୀଘାଟରୁ ଜବତ କରିବା ସହ ବୋଟର ଚାଳକ ପ୍ରଶାନ୍ତ ଦାସ ଏବଂ ବୋଟ ହେଲପର ରଞନ ମହାଳିକଙ୍କୁ ଥାନାକୁ ଆଣିଥିଲେ। ଥାନାରେ ୩୭/୧୮ରେ ଏକ କେଶ ରୁଜୁ କରିବା ସହ ଆସାମୀ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବେ ବୋଲି ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଧାମରା ବନ୍ଦର ଚୋରା କୋଇଲା ର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ପ୍ରତିଦିନ ଧାମରା ଅଂଚଳରୁ ୨୮ଟି ପିକଅପ ଏବଂ ୧୦ଟି ବୋଟରେ କୋଇଲା ଚୋରା ଚାଲାଣ ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top