ad
ଜିଲ୍ଲା ପରିକ୍ରମା

ଧାମରାରେ ଇଭିଏମ ଓ ଭିଭିପାର୍ଟ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଜୋନର ଥିବା ଧାମରା, କଇଥଖୋଲା, ଦୋସିଙ୍ଗା, କରଞମାଳ, କରଣପଲ୍ଲୀ, ପଂଚୁଟିକ୍ର, , ଜାଗୁଳା ଏବଂ ବାଂସଡା ପଂଚାୟତ ଗୁଡିକରେ ଇଭିଏମ ଓ ଭିଭି ପାର୍ଟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟର ମାନଙ୍କୁ ଇଭିଏମ ଭୋଟଦାନ ସମ୍ପର୍କରେ ସଚେତନତା କରାଯାଉଛି। ଧାମରା ଅତିରିକ୍ତ ତହସିଲଦାରଙ୍କ ଅଫିସ ତରଫରୁ ସୁପରଭାଇଜର ଦାଶରଥି ଦାସଙ୍କୁ ନୋଡାଲ ଅଫିସର ଭାବେ, କରଞମାଳ ଆଂଚଳିକ ସାଧନକେନ୍ଦ୍ରର ସିଆରସିସି ଅନୁପ କୁମାର ଦାସ, କୁଆମରା ସିଆରସିସି ଗୋରାଚାନ୍ଦ ମାଝିଙ୍କୁ ଡେମୋ ଅଫିସର ଭାବରେ ଏବଂ ଦୋସିଙ୍ଗା ଉଚ୍ଚ ବିଦ୍ୟାଳୟର ମାଧବ ଚନ୍ଦ୍ର ଜେନା, ଧାମରାଇ ବିଦ୍ୟାଳୟର ଅଶୋକ କୁମାର ବିଶ୍ୱାଳ ସହଯୋଗୀ ଭାବରେ ଏବଂ ବାଂଶଡା ଥାନାର ବସନ୍ତ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କରଞମାଳ ସିଆରସିସି ଅନୁପ କୁମାର ଦାସଙ୍କ ନିକଟରୁ ପ୍ରକାଶ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top