ଜିଲ୍ଲା ପରିକ୍ରମା

ଧାମରାଠାରେ ହେବ ନୂତନ ଥାନା ଉଦ୍ଘାଟନ

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତାକାଲି ଭଦ୍ରକ ଜିଲା ଧାମରା ବନ୍ଦର ନିକଟରେ ଧାମରା ଥାନା ନାମରେ ଏକ ନୂତନ ଥାନା ଉଦ୍ଘାଟନ ହେବାକୁ ଯାଉଛି। ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ଥାନାର ଶୁଭ ଉଦ୍ଘାଟନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସକାଳ ୯ଟା ୩୦ ମିନିଟ୍ ସମୟରେ ଏହି ଉଦ୍ଘାଟନୀ ସମାରୋହ ପାଳନ ହେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାଲେଶ୍ୱର ପୂର୍ବାଞ୍ଚଳ ଉପ-ଆରକ୍ଷୀ ନିରୀକ୍ଷକ ଅମିତେନ୍ଦ୍ର ନାଥ ସିହ୍ନା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଗତ କିଛିଦିନ ମଧ୍ୟରେ ଧାମରା ବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳରେ କୋଇଲା ଚୋରି କାରବାର ବୃଦ୍ଧି ପାଉଥିବା ବେଳେ କୋଇଲା ମାଫିଆଙ୍କ ଉପରେ ରୋକ ଲଗାଇବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଅନ୍ୟପକ୍ଷରେ ଧାମରା ବନ୍ଦର ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାର ଆବଶ୍ୟକତାକୁ ଅନୁଭବ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଧାମରା ବନ୍ଦରର ସୁରକ୍ଷା ଦିଗରେ ଏଠାରେ ଏହି ନୂତନ ଥାନା ସ୍ଥାପନର ଆବଶ୍ୟକତା ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top