ଜିଲ୍ଲା ପରିକ୍ରମା

ଧାମନଗର ବିଜୁଯୁବ ବାହିନୀର ପ୍ରଥମ ବୈଠକ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପର ବିଭାଗ ପକ୍ଷରୁ ଗଠିତ ବିଜୁଯୁବ ବାହିନୀର ଧାମନଗର ଶାଖା ପକ୍ଷରୁ ପଞ୍ଚାୟତ ସମିତି ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂପ୍ରସାରଣ ଅଧିକାରୀ ଦେବେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ବିଡିଓ ନରହରି ବେହେରା, ବିଧାୟକ ପ୍ରତିନିଧି ଶରତ ମହାନ୍ତି, ସାଂସଦ ପ୍ରତିନିଧି ନାରାୟଣ ସାହୁ, ସମିତିସଭ୍ୟ ହରେକୃଷ୍ଣ ପାଢୀ ଓ ପ୍ରଦୀପ ମଲ୍ଲିକ, ଯୁବବାହିନୀର ସଂଯୋଜକ ସୁଶାନ୍ତ ନାୟକ, ଭାନୁପ୍ରକାଶ ପଲାଇ, ପୂର୍ବତନ ସରପଞ୍ଚ ଦୟାନିଧି ମିଶ୍ର ପ୍ରମୁଖ ଯୋଗଦେଇ ଯୁବକମାନେ ଦେଶର ଭବିଷ୍ୟତ, ସେମାନେ ସମାଜର ମଙ୍ଗଳ ପାଇ ଆଗେଇ ଆସିବା ଦରକାର । ସେଥିପାଇ ରାଜ୍ୟ ସରକାର ବିଜୁଯୁବ ବାହିନୀ ଗଠନ କରି ସମାଜସେବା କରିବା ପାଇଁ ଏହାଏକ ମାଧ୍ୟମ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବିଜୁ ଯୁବ ବାହିନୀର ଜିଲା ପ୍ରକଳ୍ପ ଅଧିକାରୀ ଅମ୍ଳାନ କୁମାର ସେନାପତି ଏହି ଯୁବ ବାହିନୀର କାର୍ଯ୍ୟଧାରା ଓ ଲକ୍ଷ୍ୟ ସଂପର୍କରେ ସୂଚନା ଦେବା ସହ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୫ଶହରୁ ଉଦ୍ଧ୍ୱର୍ ବୃକ୍ଷରୋପଣ କରିବା ପାଇ ପରାମର୍ଶ ଦେଇଥିଲେ । ଧାମନଗର ବିଜ୍ଞାପିତ ପରିଷଦର ସଂଯୋଜକ ନାରାୟଣ ପ୍ରଦାସ ମୁଦୁଲି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତର ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ମାନେ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top