ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଧାମନଗର ବରିଷ୍ଠ ନାଗରିକ ପରିଷଦର ଭାମ୍ୟମାଣ ନବମ ଅଧିବେଶନ ଓ ଆଲୋଚନା ଚକ୍ର ବୈଠକ ଦୋବଲସ୍ଥିତ ଏସ.ଜେ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଘଣ୍ଟେଶ୍ୱର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧାମନଗର ଥାନା ଅଧିକାରୀଣି ବନ୍ଦନା ପାତ୍ର, ମୁଖ୍ୟବକ୍ତା ଶିଶୁ ସାହିତି୍ୟକ କାହ୍ନୁଚରଣ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଏଏସଆଇ ପ୍ରଦୀପ ଦାସ, ଶିକ୍ଷାବିତ ରାମଚନ୍ଦ୍ର ସାହୁ, ସହସମ୍ପାଦକ ଲମ୍ବୋଦର ମହାନ୍ତି, ପରିଷଦର ଅର୍ଥ ସଚିବ ନିରାକାର ଧଳ, ଅବସରପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ପଣ୍ଡା, ଆନନ୍ଦଚନ୍ଦ୍ର ଦାସ, ଭାସ୍କରଚନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ସମାଜରେ ବରିଷ୍ଠ ନାଗରିକମାନଙ୍କ ଭୂମିକା ଓ ସେମାନଙ୍କର ସମାଜ ପ୍ରତି କତ୍ତବ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସନ୍ତୋଷ ରଥ, ରମାକାନ୍ତ ପତି, ରାମଚନ୍ଦ୍ର ଜେନା, ଲକ୍ଷ୍ମୀଧର ପାଗଳଙ୍କ ସମେତ ଶତାଧିକ ସଭ୍ୟ ଯୋଗଦେଇଥିଲେ । ପରିଷଦର ସମ୍ପାଦକ ଶଚୀକାନ୍ତ ପଣ୍ଡା ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିବା ବେଳେ ଶିକ୍ଷାବିତ ମହେଶ୍ୱର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରି ବାଜପେୟୀଙ୍କ ବିୟୋଗରେ ପରିଷଦ ପକ୍ଷରୁ ନିରବ ପ୍ରାର୍ଥନା ଓ ସ୍ମୃତି ଚାରଣ କରାଯାଇଥିଲା । ସେହିପରି ଖଡିପଦା ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ଜେନାଙ୍କ ମାନସରଂଜନ ସାହୁ, ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରିଶଚନ୍ଦ୍ର ମହାନ୍ତି, ଶିକ୍ଷକ ଶରତ କୁମାର ସାହୁ, ଅଭୟ କୁମାର ଜେନା, ଦିବାକର ସେଠୀ ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ କିିଶୋରିମଣୀ ସେନାପତି, ମାଳତୀ ପାଣିଗ୍ରାହୀ, ଭଗବତୀ ପାଣିଗ୍ରାହୀ, ଜ୍ୟୋତ୍ସ୍ନାରାଣୀ ଯେନା, ମଧୁସ୍ମିତା ସାହୁ, ପୁଷ୍ପାଞ୍ଜଳୀ ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ ।
