ଧାମନଗର ପଞ୍ଚାୟତ ସମିତି ବୈଠକ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଏହି ଜିଲାର ଧାମନଗର ପଞ୍ଚାୟତ ସମିତିର ଷଷ୍ଠ ବୈଠକ  ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଡିଓ ନରହରି ବେହେରାଙ୍କ ଅଧ୍ୟକ୍ଷତାରେ ଅଧ୍ୟକ୍ଷ ଅଶୋକ ନାୟକ, ବିଧାୟକ ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, ସାଂସଦ ପ୍ରତିନିଧି ନାରାୟଣ ସାହୁଙ୍କ ସମେତ ବ୍ଲକର ବିଭିନ୍ନ ସରକାରୀ ଅଫିସରମାନେ ଉପସ୍ଥିତ ରହି ଗୋପବନ୍ଧୁ ଗ୍ରାମିଣ ଯୋଜନା, ଗ୍ରାମାଞ୍ଚଳ ପକ୍କାଘର ଯୋଜନା, ରାସ୍ତା ଓ ଗୃହ ନିର୍ମାଣ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ ବିଦୁ୍ୟତ ଉପରେ ଆଲୋଚନା କରାଯାଇଥିଲା । ଜିପିଓ ସୂର୍ଯ୍ୟମଣି ରାଉତ ପୂର୍ବ ବିବରଣୀ ପାଠ କରିଥିବା ବେଳେ ବୈଠକରେ ଜିଲାପରିଷଦ ସଦସ୍ୟ, ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *