ଜିଲ୍ଲା ପରିକ୍ରମା

ଧାମନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପଦାଧିକାରୀ ସମାବେଶ ବିଜେପି ଏକ ଦଳ ନୁହେଁ ଏକ ଆନ୍ଦୋଳନ – ବିଷ୍ଣୁ ସେଠୀ

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭାରତୀୟ ଜନତା ପାର୍ଟିର ଧାମନଗର ବିଧାନସଭା କ୍ଷେତ୍ର ସ୍ତରୀୟ ପଦାଧିକାରୀ ସମାବେଶ ଆଜି ଭଦ୍ରକ ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ଉପସଭାପତି, ପୂର୍ବତନ ବିଧାୟକ ତଥା ଆଗାମୀ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ କ୍ଷେତ୍ର ପ୍ରସ୍ତୁତ କରୁଥିବା ବିଷ୍ଣୁ ସେଠୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି କେବଳ ଏକ ରାଜନୈତିକ ଦଳ ନୁହଁ, ଏହା ଏକ ସାମାଜିକ ଆନ୍ଦୋଳନ ବୋଲି ପ୍ରକାଶ କରି ରାଷ୍ଟ୍ର ନାୟକ ଅଟଳ ବିହାରୀ ବାଜପେୟୀ, ନରେନ୍ଦ୍ର ମୋଦୀ ଏମାନେ ସମସ୍ତେ ଦେଶର ବିକାଶ ଧାରାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ବୋଲି କହିଥିଲେ। ଗତ ୟୁପିଏ ସରକାର ସମୟରେ ଦେଶରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ଗତ ଚାରି ବର୍ଷର କେନ୍ଦ୍ର ସରକାରରେ ଏହାର ବ୍ୟତିକ୍ରମ ଘଟିଛି। ବିମୁଦ୍ରାକରଣ, ଜିଏସଟି, ପାକିସ୍ତାନରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ ଏବଂ ଡ଼ୋକଲାମରେ ଚୀନ ସେନାର ପଛଘୁଞ୍ଚା ନରେନ୍ଦ୍ର ମୋଦୀଙ୍କ ସାହସିକତାର ଶ୍ରେଷ୍ଠ ପ୍ରମାଣ ବୋଲି ସେ ପ୍ରକାଶ କରି ବୁଥ ସ୍ତରରୁ ସଂଗଠନକୁ ମଜବୁତ କରିବା ସଙ୍ଗେ ସଙ୍ଗେ କେନ୍ଦ୍ରୀୟ ଯୋଜନାର ବାର୍ତ୍ତାକୁ ସବୁଠି ପହଞ୍ଚାଇ ପାରିଲେ ଦଳ କ୍ଷମତାକୁ ଆସି ପାରିବ ବୋଲି ଶ୍ରୀ ସେଠୀ କହିଥିଲେ। ଜିଲ୍ଲା ବିଜେପି ସଭାପତି ବଦ୍ରି ନାରାୟଣ ଧଳ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସାମଗ୍ରିକ ଉନ୍ନତିରୁ ବ୍ୟକ୍ତିଗତ ବିକାଶ ପର୍ଯ୍ୟନ୍ତ ସବୁରି ଶ୍ରେୟ କେନ୍ଦ୍ର ସରକାରଙ୍କର ବୋଲି ମତବ୍ୟକ୍ତ କରି ପ୍ରଥମ କରି ଧାମନଗର ବିଜେପି ଶକ୍ତିକେନ୍ଦ୍ର ଏବଂ ବୁଥ ପ୍ରମୁଖ ମାନଙ୍କୁ ନେଇ ଏପରି ରଣନୀତି ବୈଠକ ଆୟୋଜନ କରି ଉଦାହରଣ ସୃଷ୍ଟି କରିଛି ବୋଲି ବକ୍ତବ୍ୟରେ କହିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପୁହାଣଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାଂଗଠନିକ ସଭାରେ ଭଦ୍ରକ ସାଂସଦ ପ୍ରାର୍ଥୀ ଶରତ ଦାସ, ଓବିସି ମୋର୍ଚ୍ଚାର ରାଜ୍ୟ ଉପସଭାପତି ରଘୁନାଥ ପାତ୍ର, ଜିଲ୍ଲା ଉପସଭାପତି ଦୁର୍ଗା ଚରଣ ନାୟକ, ବିଧାନସଭା ପ୍ରଭାରୀ ବିମ୍ବାଧର ସାହୁ, ଜିଲ୍ଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ, ସୁରଥ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଉପସଭାପତି ଚର୍ତୁଭୁଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ମଣ୍ଡଳ ସଭାପତି ଅରବିନ୍ଦ ପତି, ଉମାକାନ୍ତ ଦାସ, ସଦାଶିବ ପୋଥାଳ, ଦିପ୍ତୀ ରଂଜନ ଜେନା, ଅଜୟ ବଳ, ପ୍ରଦୀପ ବଳ, ମିଡ଼ିଆ ସେଲର ଜିଲ୍ଲା ସଂଯୋଜକ ବୈକୁଣ୍ଠ ନାଥ ସାହୁ, ଆଇଟି ସେଲର ସଂଯୋଜକ ପ୍ରଶାନ୍ତ ନାୟକ, ଯୁବ ନେତା ଶ୍ରୀକାନ୍ତ ନାୟକ, ରାଜେନ୍ଦ୍ର ସାହୁ, ରମେଶ ପତି ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top