ଧାମନଗର : ଇଦ୍-ଉଲ୍ଲ-ଜୁହା ପାଇଁ ଶାନ୍ତି କମିଟି ବୈଠକ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଚଳିତ ମାସରେ ପବିତ୍ର ଇଦ୍-ଉଲ୍ଲ-ଜୁହା ପର୍ବ ପାଳନ ହେବାକୁଥିବାରୁ ଏନେଇ ଧାମନଗର ଥାନା ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହକ ତଥା ତହସିଲଦାର ଚାଲର୍ସ ନାୟକଙ୍କ ଅଧ୍ୟକ୍ଷତାରେ ଏସଡିପିଓ ମନୋରଂଜନ ସାମଲ, ଥାନା ଅଧିକାରିଣୀ ବନ୍ଦନା ପାତ୍ର, ବିଧାୟକ ପ୍ରତିନିଧି ଶରତ ମହାନ୍ତି, ସାଂସଦ ପ୍ରତିନିଧି ବିନୋଦ ନାୟକଙ୍କ ସମେତ ଉଭୟ ସଂପ୍ରଦାର ଶାନ୍ତି କମିଟିର ସଦସ୍ୟ ଓ ବିଭିନ୍ନ ବିଭାଗର ଅଫିସର ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କିପରି ଭାବେ ଏହି ପର୍ବ ଶାନ୍ତିଶୃଙ୍ଖଳାର ସମାପନ ହେବ ସେନେଇ ଉଭୟ ସଂପ୍ରଦାୟଙ୍କୁ ଥାନା ଅଧିକାରିଣୀ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *