ଓଡ଼ିଶା

ଧାମନଗର ଅଞ୍ଚଳରେ ବିଷଧର ସାପ ଉଦ୍ଧାର ଅବ୍ୟାହତ ଆଜି ପୁଣି ପୃଥକ ଦୁଇଟି ସ୍ଥାନରୁ ୨୪ଟି ନାଗସାପ ସହ ନାଗୁଣି ଉଦ୍ଧାର

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଧାମନଗର ଏନଏସି ଅନ୍ତର୍ଗତ ଶ୍ୟାମପୁର ପାଇକସାହିର ବିଜୟ କୁମାର ଭୂୟାଁଙ୍କ ଘରୁ ସାପ ଧରା ଅଭିଯାନ ଶେଷ ହୋଇନଥିବା ବେଳେ ପୁଣି ଏହି ଏନଏସି ଅନ୍ତର୍ଗତ ଜୟନଗର କଣ୍ଟାବଣିଆ ମଠ ନିକଟସ୍ତ ଗୌରାଙ୍ଗ ଜେନାଙ୍କ ଘର ଏବଂ ସନ୍ଧ୍ୟାରେ ଜୟନଗର ପ୍ରାଥମିକ ସ୍କୁଲ ପାଚେରୀ କାନ୍ଥ ପୃଥକ ଦୁଇଟି ସ୍ଥାନରେ ବିଷଧର ନାଗସାପ ବାହାରିବା ଘଟଣା ସବୁ ମହଲରେ ବିସ୍ମୟ ସୃଷ୍ଟି କରିଛି। ସକାଳେ ଗୌରଙ୍ଗ ଜେନାଙ୍କ ଘର ଭିତରେ ସାପ ଥିବାର ଖବର ମିଳିଥିଲା ଏହାପରେ ସାପ ଉଦ୍ଧାରକାରୀ ଦଳ ଆସି ସେଠାରେ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ସନ୍ଧ୍ୟା ସୁଦ୍ଧା ୨୦ରୁ ଅଧିକ ନାଗସାପ ଛୁଆ ଏବଂ ଗୋଟିଏ ୫ଫୁଟରୁ ଅଧିକ ନାଗୁଣି ସାପ ଉଦ୍ଧାର ହୋଇଥିଲା। ଏହି ସମୟରେ ଖବର ମିଳିଲା ଯେ ଜୟନଗର ସ୍କୁଲ ପାଚେରୀ କାନ୍ଥରେ ସାପ ବାହାରୁଛନ୍ତି। ତୁରନ୍ତ ସେଠାକୁ ଉଦ୍ଧାରକାରୀ ଦଳ ଯାଇ ୪ଟି ଗଛୁଆ ନାଗ ଉଦ୍ଧାର କରିଥିଲେ। ଦିନକୁ ଦିନ ଧାମନଗର ଏନଏସି ଅଞ୍ଚଳର ବିଭିନ୍ନ ସ୍ଥାନରେ ସାପ ବାହାରିବା ସହ ପୁଣି କେଉଁଠାରେ ସାପ ବାହାରିବ ତାହାକୁ ନେଇ ସବୁ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଆଜି ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ଧାମନଗର ତହସିଲଦାର ଚାର୍ଲସ ନାୟକ ଜୟନଗର କଣ୍ଟାବଣିଆ ଗ୍ରାମକୁ ଯାଇ ସାପ ବାହାରୁଥିବା ପରିବାର ସଦସ୍ୟଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ତାଙ୍କ ଘର ଭାଙ୍ଗିଯାଇଥିବାରୁ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସରକାରୀ ସହାୟତା ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ସାପ ବାହାରୁଥିବା ସ୍ଥାନରେ ଆଜି ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ ଯାହାଦ୍ୱାରା ସମ୍ପୃକ୍ତ ସ୍ଥାନରେ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top