ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କୁ ବୃଦ୍ଧି ଦାବୀ ରେ ଘଟଗାଁ ବ୍ଲକ ରେ ବିଜେଡିର ବିକ୍ଷୋଭ

ଢେଙ୍କିକୋଟ/ଘଟଗାଁ , ତା୧୮/୦୭(ଓଡିଆ ପୁଅ /ବିରେନ୍ଦ୍ର କୁମାର/ଭବାନି ପ୍ରସାଦ ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବିଜେଡି ଓ ବିଜୁ ଜନତା ଦଳ କୃଷକ ସାମ୍ମୁଖ୍ୟ ପକ୍ଷରୁ କେନ୍ଦ୍ରସରକାର ଙ୍କ ଟାଳଟୁଳ କୃଷକ ନୀତି ବିରୁଦ୍ଧରେ ଆଜି ଘଟଗାଁ ମା ତାରିଣୀ ମନ୍ଦିର ଶାଳବଣ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ଯାଇ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବୀ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି । ଅନୁଷ୍ଠିତ ପ୍ରତିବାଦ ସଭା ରେ ବ୍ଲକ ବିଜୁ ଜନତା ଦଳ ସଭାପତି ଦୋଳଗୋବିନ୍ଦ ବେହେରା ଅଧ୍ୟକ୍ଷତା କରିଥିବା ବେଳେ କର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କେନ୍ଦ୍ର ସରକାର ଙ୍କ ଚାଷୀ ମାରଣ ନିତୀ ବିରୁଦ୍ଧରେ ସମାଲୋଚନା କରିଥିଲେ । ଧାନ ର ସହାୟକ ମୂଲ୍ୟ ମାତ୍ର ୮୦ ଟଙ୍କା ବୃଦ୍ଧି କରି ଚାଷୀ ମାନଙ୍କୁ କେନ୍ଦ୍ର ସରକାର ଉପହାସ କରିଥିବା ନେଇ ଅଭିଯୋଗ କରିଥିଲେ ।

ଜିଲ୍ଲା ପର୍ଯ୍ୟବେକ୍ଷକ ବିମ୍ବାଧର କୁଅଁର ଙ୍କ ଉପସ୍ଥିତିରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଷ ନାଏକ, ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ,ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ସୌମ୍ୟ ଶଙ୍କର ଚକ୍ର, ବିଜୁ ଛାତ୍ର ଜନତା ସଭାପତି ଆଶିଷ ଆଚାର୍ଯ୍ୟ, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ପୂର୍ବତନ ସାଂସଦ ଉପେନ୍ଦ୍ର ନାୟକ, କେନ୍ଦୁଝର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ବ୍ଲକ ଅଧ୍ୟକ୍ଷା ଦୌପଦି ଦଣ୍ଡପାଟ ପ୍ରମୁଖ

ଏହି ଅବସରରେ ଦଳ ପକ୍ଷରୁ ଏକ ଦାବୀପତ୍ର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଚିତ୍ର କର ଙ୍କୁ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଦଳ ପକ୍ଷରୁ ଚେତାବନି ଦିଆଯାଇଛି ।

କାର୍ଯ୍ୟକ୍ରମ ରେ ବିଜେଡି ନେତା ସିକନ ପାଢୀ, ଗନ୍ଧର୍ବ ସେନ ପଲେଇ, ସଞ୍ଜୟ କୁମାର ମିଶ୍ର, ଦିଲ୍ଲୀପ କୁମାର ମିଶ୍ର, ରାମଚନ୍ଦ୍ର ମହାନ୍ତ, ଇଶ୍ବର ଚନ୍ଦ୍ର ନାୟକ ପ୍ରମୁଖ ବହୁ ଦଳୀୟ ନେତା ବିକ୍ଷୋଭ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *