Home ଜିଲ୍ଲା ପରିକ୍ରମା ଧାନ ମଣ୍ଡି ପାଇଁ ନିୟନ୍ତ୍ରୀତ ବଜାରକମିଟି ପକ୍ଷରୁ ପ୍ରସ୍ତୁତି,ଅଚଳ ମେସିନ ସଜଡା ଚାଲିଛି

ଧାନ ମଣ୍ଡି ପାଇଁ ନିୟନ୍ତ୍ରୀତ ବଜାରକମିଟି ପକ୍ଷରୁ ପ୍ରସ୍ତୁତି,ଅଚଳ ମେସିନ ସଜଡା ଚାଲିଛି

98

ମାଲକାନଗିରି,୧୭ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ  ଖରିପ ଚାଷର ଧାନମଣ୍ଡି ଚଳିତ ମାସ ୨୫ତାରିଖ ଠାରୁ ଆରମ୍ଭ ହେଉଥିବାରୁ ନିୟନ୍ତ୍ରୀତ ବଜାରକମଟି ପକ୍ଷରୁ ଚାଷୀ ମାନଙ୍କ ସୁବିଧାପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ନିୟନ୍ତ୍ରୀତ ବଜାରକମଟି ସଂପାଦକ ଗୁରୁଚରଣ ନାୟକ ଙ୍କ ନେତୃତ୍ୱରେ ସମସ୍ତ ପ୍ରକାର ପ୍ରସୁତି କାର୍ଯ୍ୟ ଶେଷ ହୋଇଯାଇଛି ।କାର୍ଯ୍ୟାଳୟରେ ଥିବା ପୁରଣା ଅଚଳ ମେସିନଗୁଡିକୁ ସଜଡା ଆରମ୍ଭ ହୋଇ ଯାଇଛି  । ଚଳିତ ବର୍ଷ ଜିଲ୍ଲାର ମାଲକାନଗିରି, କାଲିମେଳା, ପଡିଆ, କୋରକୁଣ୍ଡା,ଚିତ୍ରକୋଣ୍ଡା,ଖଇରପୁଟ,ମାଥିଲି ସାତଟି ଯାକ ବ୍ଲକର ବିଭିନ୍ନ ପଚାଂୟତରେ ୬୨ଟି ଧାନ ମଣ୍ଡି ଖୋଲା ଯାଇ ୮ଲ୍ୟାମ୍ପସ୍ ପକ୍ଷରୁ ଚାଷୀ ମାନଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୨୦ହାଜର କ୍ୱିଟାଂଲ ଧାନ କ୍ରୟକରା ଯିବ । ଧାନ ମଣ୍ଡିକୁ ବିଭିନ୍ନ ଅଚଂଳରୁ ଧାନବିକ୍ରୟ ନିମନ୍ତେ ଆସୁଥିବା ଚାଷୀମାନଙ୍କ ସୁବିଧା ନିମନ୍ତେ ୬୨ଟି ସ୍ଥାନରେ ସୁରକ୍ଷିତ ଭାବେ ସ୍ଥାୟୀ ମଣ୍ଡି ନିର୍ମାଣ ସରିବାସହିତ ଚାଷୀଙ୍କ ଧାନରଖିବା,ଚାଷୀମାନେ ବସିବା  ଓ ପାନୀୟଜଳ ଯୋଗାଣ ନିମନ୍ତେ ବ୍ୟବସ୍ଥା ହୋଇଛି । ଚାଷୀଙ୍କ ଧାନ ଠିକ ଭାବେ ଓଜନ କରିବା ଧାନର ଏଫକ୍ୱିୟୁ ମାନ ନିରୁପଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ଡିଜିଟାଲ ମୈଶ୍ଚର ମିଟର, ଡିଜିଟାଲ ମିକ୍ସଚ ମେସିନ,ଡିଜିଟାଲ ଓଜନ ମାପ ଯନ୍ତ୍ର ସହ ଅନ୍ୟାନ ଯନ୍ତ୍ର ଗୁଡିକୁ ନିୟନ୍ତ୍ରୀତ ବଜାର କମଟି ପରିସରରେ ଆର.ଏମ.ସି, ସୁପର ଭାଇଜର ଟି.ଏଲ.ରାଓ,ସନ୍ତୋଷ କୁମାର ଡାକୁଆ,ଏମ.ଏସ. ଏଚ.ବୃନ୍ଦାବନ,ଏମ.ଜି, ରସାନନ୍ଦ ସୁବୁଦ୍ଧି, ଶିବରାମ ମହାରଣା,ରାମପ୍ରସାଦ ପଟନାୟକ, ଶିବରାମ ତ୍ରୀପାଠୀ ପ୍ରମୁଖ ଯାଚଂ କରିବାସହିତ ଅଚଳ ମେସିନ ଗୁଡିକୁ ସଜଡା ଆରମ୍ଭ କରିଛନ୍ତି । ନିୟନ୍ତ୍ରୀତ ବଜାର କମଟିରେ ଥିବା ୮୦ଟି ଡିଜିଟାଲ ମୈଶ୍ଚର ଧାନ ମାନ ନିରୁପଣ ଯନ୍ତ୍ର ମଧ୍ୟରୁ ଇତି ମଧ୍ୟରେ ୬୨ଟି,୨୦୩ଟି ଡିଜିଟାଲ ଓଜନ ମାପ ମେସିନ ମଧ୍ୟରୁ ୧୨୪ଟି,୮୩ଟି ମିକ୍ସଚର ମେସିନ ମଧ୍ୟରୁ ୬୨ଟି ମେସିନ ସଜାଡା ଯାଇ କାର୍ଯ୍ୟକ୍ଷମ କରାଯାଇଛି । ମାଲକାନଗିରି ଜିଲ୍ଲା ୮ଟି ଲ୍ୟାମ୍ପସ ରେ ଇତି ମଧ୍ୟରେ ୩୩୯୭ ଜଣ ଚାଷୀ ଙ୍କର ନାମପଜିଂକରଣ ହୋଇସାରିଲାଣି ,ଚଳିତବର୍ଷ ଖରିପରେ ସାଧାରଣ ଏଫ କ୍ୱିୟୁ କିସମ ଧାନ କୁଇଁଟାଂଲ ପିଛି ୧୭୫୦ଟଙ୍କା ଓ ଗ୍ରେଡ ଏ କିସମ ଧାନ ୧୭୭୦ ଟଙ୍କା ସରକାରି ଦର ଧାର୍ଯ୍ୟ କରାଯାଇଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.